Advertisment

Beer Bath Benefits: ବିୟର ସ୍ନାନ...ଚର୍ମରେ ଆଣେ ଚମକ, ମାନସିକ ଚାପ କମାଏ !

ବିୟରରେ ଥିବା ପ୍ରାକୃତିକ ଉପାଦାନ ଯୋଗୁଁ ବିୟର ବାଥ୍ ତ୍ୱଚା ପାଇଁ ଅନେକ ଲାଭ ପ୍ରଦାନ କରିପାରେ। ଏଥିରେ ହପ୍ସ ନାମକ ଥିବା ଏକ ପ୍ରମୁଖ ଉପାଦାନ ଆଣ୍ଟି-ଇନଫ୍ଲାମେଟରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଧାରଣ କରିଥାଏ, ଯାହା ଆପଣଙ୍କ ମଳିନ ପଡ଼ିଯାଇଥିବା ଚର୍ମକୁ ନୂଆ ଚମକ ପ୍ରଦାନ କରିଥାଏ । ଏହା ସହିତ, ବିୟରରେ ଥିବା ଇଷ୍ଟରେ ଭିଟାମିନ୍ ବି ଥାଏ, ଯାହା ଆପଣଙ୍କ ଚର୍ମକୁ ମସୃଣ କରେ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ବିୟର ବାଥ୍

ବିୟର ବାଥ୍

ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତଥାପି ଆଜିକାଲି ମଦ୍ୟପାନ ଏକ ଫ୍ୟାସନରେ ପରିଣତ ହୋଇଗଲାଣି । ଆଜିକାଲିର ଯୁବପିଢ଼ି ପର୍ବପର୍ବାଣୀ, ସଂସ୍କୃତି ଓ ପରମ୍ପରା ଭୁଲି ମଦ୍ୟପାନରେ ବ୍ୟସ୍ତ ରହୁଛନ୍ତି । ମଦ୍ୟପାନ କରୁଥିବା ବ୍ୟକ୍ତି ପରିବାର ତଥା ସମାଜ ପାଇଁ ବୋଝ କହିଲେ ଚଳେ । ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହିତ ପାରିବାରିକ, ସାମାଜିକ ଜୀବନ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ପାରିବାରିକ ଅଶାନ୍ତି, କଳହ, ଘରୋଇ ହିଂସା, ଆର୍ଥିକ ଅନଟନ, ପିଲାମାନଙ୍କ ମାନସିକତା ଉପରେ କୁପ୍ରଭାବ ପଡ଼ିବା ଆଦି ସମସ୍ୟାମାନ ଦେଖାଯାଇଥାଏ।

Advertisment

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିୟର ଦ୍ୱାରା ଆପଣଙ୍କ ଶରୀରର ତ୍ୱଚାରେ ଚମକ ଆସିବା ସହ ସମସ୍ତ ବିଷାକ୍ତ ଜିନିଷ ବାହାରିଯିବ । ତେବେ ଏହା ସହିତ ମଦ୍ୟପାନର କୌଣସି ସମ୍ପର୍କ ନାହିଁ । କାରଣ ବିୟରରେ ଗାଧୋଇବା ଦ୍ୱାରା ହିଁ ଏସବୁ ଲାଭ ଆପଣ ପାଇପାରିବେ । ବିୟରରେ ସ୍ନାନ କରିବା ଦ୍ୱାରା ଆପଣ ଯେତିକି ଆଶା କରୁଛନ୍ତି, ତା’ଠାରୁ ଅଧିକ ଲାଭ ମିଳିବ ।

ବିୟରରେ ଗାଧୋଇବା ଦ୍ୱାରା ଲାଭ କ’ଣ ?

ବିୟରରେ ଥିବା ପ୍ରାକୃତିକ ଉପାଦାନ ଯୋଗୁଁ ବିୟର ବାଥ୍ ତ୍ୱଚା ପାଇଁ ଅନେକ ଲାଭ ପ୍ରଦାନ କରିପାରେ। ଏଥିରେ ହପ୍ସ ନାମକ ଥିବା ଏକ ପ୍ରମୁଖ ଉପାଦାନ ଆଣ୍ଟି-ଇନଫ୍ଲାମେଟରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଧାରଣ କରିଥାଏ, ଯାହା ଆପଣଙ୍କ ମଳିନ ପଡ଼ିଯାଇଥିବା ଚର୍ମକୁ ନୂଆ ଚମକ ପ୍ରଦାନ କରିଥାଏ । ଏହା ସହିତ, ବିୟରରେ ଥିବା ଇଷ୍ଟରେ ଭିଟାମିନ୍ ବି ଥାଏ, ଯାହା ଆପଣଙ୍କ ଚର୍ମକୁ ମସୃଣ କରେ। ବିୟର ଏକ ପ୍ରାକୃତିକ ଏକ୍ସଫୋଲିଏଟର୍ ମଧ୍ୟ ହୋଇପାରେ, ଯାହା ମୃତ ଚର୍ମ ଦୂର କରିବାରେ ସାହାଯ୍ୟ କରିପାରେ ବୋଲି କେୟାର ହସ୍ପିଟାଲର ପରାମର୍ଶଦାତା ତଥା ଚର୍ମରୋଗ ବିଶେଷଜ୍ଞ ଡକ୍ଟର ସ୍ୱପ୍ନା ପ୍ରିୟା କୁହିଛନ୍ତି । ବିୟର ସ୍ନାନ ଆପଣଙ୍କ ଶରୀରର ରକ୍ତ ସଞ୍ଚାଳନକୁ ଉନ୍ନତ କରିବା ଏବଂ ଆପଣଙ୍କ ଶରୀରର ଯେକୌଣସି ଗଣ୍ଠି ଯନ୍ତ୍ରଣାକୁ ପ୍ରଶମିତ କରିବା ପାଇଁ ସହାୟକ ହୋଇଥାଏ ।

Advertisment

ଚାପମୁକ୍ତ କରେ ବିୟର ସ୍ନାନ

ବିୟର ସ୍ନାନ ଚାପ କମାଇବା ଏବଂ ଶରୀରକୁ ଆରାମ ଦେବାରେ ସାହାଯ୍ୟ କରିଥାଏ ଏବଂ ଏହା ଆରାମଦାୟକ ଅଭିଜ୍ଞତା ମଧ୍ୟ ପ୍ରଦାନ କରେ। ଉଷୁମ ପାଣି, ହପ୍ସ ଏବଂ ମାଲ୍ଟର ସୁଗନ୍ଧ ସହିତ ମିଶି, ଏକ ଶାନ୍ତ ପରିବେଶ ସୃଷ୍ଟି କରିପାରେ । ଯାହା ଚାପ କମାଇବା ଏବଂ ଆରାମକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରେ ।

ବିୟର ବାଥ୍ ଏକ ଭଲ ବିକଳ୍ପ କି ?

ତେବେ ଏଇଠି କହିରଖୁଛୁ, ଅନ୍ୟ ଡିଟକ୍ସ ପଦ୍ଧତି ତୁଳନାରେ ବିୟର ବାଥ୍ କୌଣସି ପ୍ରକାରେ ଏକ ଉପଯୁକ୍ତ ବିକଳ୍ପ ନୁହେଁ। ମାନବ ଶରୀର ପ୍ରାକୃତିକ ଭାବରେ ଯକୃତ, ବୃକକ୍ ଏବଂ ଝାଳ ଗ୍ରନ୍ଥି ମାଧ୍ୟମରେ ନିଜକୁ ବିଷମୁକ୍ତ କରିଥାଏ । ବିୟର ବାଥ୍ ଏକ ଭଲ ଡିଟକ୍ସ ପଦ୍ଧତି ପରି ବୋଲି ଧାରଣାକୁ ସମର୍ଥନ କରିବା ପାଇଁ କୌଣସି ନିର୍ଭରଯୋଗ୍ୟ ଗବେଷଣା କରାଯାଇ ନାହିଁ କି କୌଣସି ପ୍ରମାଣ ନାହିଁ । କେବଳ ହାଇଡ୍ରେଟେଡ୍ ରହି, ପୁଷ୍ଟିକର ଖାଦ୍ୟ ଗ୍ରହଣ କରି ଏବଂ ନିୟମିତ ବ୍ୟାୟାମ କରି ଶରୀରକୁ ସଠିକ୍ ଭାବରେ ବିଷମୁକ୍ତ କରାଯାଇପାରିବ, ବୋଲି ମଧ୍ୟ ଡକ୍ଟର ପ୍ରିୟା କହିଛନ୍ତି।

ଏହାକୁ ତ୍ୱଚା ଚିକିତ୍ସା କିମ୍ବା ଚାପ ପରିଚାଳନାର ଏକ ପ୍ରଭାବଶାଳୀ ପଦ୍ଧତି ଭାବରେ ବିବେଚନା କରାଯିବା ମଧ୍ୟ ଉଚିତ୍ ନୁହେଁ। ଡକ୍ଟର ପ୍ରିୟା ଆମକୁ ସତର୍କ କରାଇ କହିଛନ୍ତି, ବିୟର ସ୍ନାନ କିଛି ପରିମାଣରେ ଚାପ ହ୍ରାସ କରିବାରେ ସାହାଯ୍ୟ କରିପାରେ ଏବଂ ଏହା ଦ୍ୱାରା କିଛି ଉପର ଚର୍ମ ଲାଭଦାୟୀ ହୋଇପାରେ, କିନ୍ତୁ ଏହା ବ୍ୟକ୍ତିଗତ। ଏହି ପଦ୍ଧତିଗୁଡ଼ିକ ଉପରେ ନିର୍ଭର କରିବା ଉଚିତ୍ ନୁହେଁ।

ସମସ୍ତେ ଜାଣନ୍ତି ବିୟର ପରି ନିଶା ଦ୍ୱାରା ଅନେକ କ୍ଷତି ହୋଇଥାଏ । ତଥାପି ଏ ନିଶାରୁ ଦୂରେଇ ରହିପାରନ୍ତି ନାହିଁ । ଆସନ୍ତୁ ଜାଣିବା ନିୟମିତ ମଦ ପିଇବା ଦ୍ୱାରା କଣ କ୍ଷତି ହୋଇଥାଏ ।

• ଯକୃତର କାମ ହେଉଛି ଶରୀରକୁ ଡିଟକ୍ସିଫାଏ କରିବା କିମ୍ବା ବିଷାକ୍ତ ଦ୍ରବ୍ୟ ଗୁଡ଼ିକୁ ଛାଣିବା। ନିୟମିତ ମଦ ପିଇବା ଦ୍ୱାରା ଲିଭର ଉପରେ ଏହାର ପ୍ରଭାବ ପଡ଼ିଥାଏ ଫଳରେ ଲିଭରର କାର୍ଯ୍ୟ କରିବା କ୍ଷମତା ଧିମା ହୋଇଯାଏ। ଧିରେ ଧିରେ ଏହା ଉପରେ ଚର୍ବି ବସିବା ଆରମ୍ଭ କରେ ଫଳରେ ଏହା ନିଜର କାର୍ଯ୍ୟ କରିପାରେ ନାହିଁ। ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲେ ମନୁଷ୍ୟର ମୃତ୍ୟୁ ଘଟେ।

• କ୍ୟାଲସିୟମ ଆମ ଶରୀରରେ ଅସ୍ଥି କିମ୍ବା ହାଡ଼କୁ ଶକ୍ତ ରଖିବାରେ ସାହାଯ୍ୟ କରେ। ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦେହରେ କ୍ୟାଲସିୟମ ଓ ଭିଟାମିନ ଡି(vitamin D)ପରିମାଣ କମିଯାଏ। ଯାହାର ଅଭାବରେ ହାଡ଼ ଦୁର୍ବଳ ହୁଏ। ଏଥିଯୋଗୁଁ ଲୋକମାନେ ଅଷ୍ଟିଓପୋରୋସିସ୍ ରୋଗର ଶିକାର ହୋଇଥାଆନ୍ତି।

• ନିୟମିତ ମଦ୍ୟପାନ କରିବା ଦ୍ୱାରା ପ୍ରଜନନ କ୍ଷମତା ହ୍ରାସ ହୋଇଥାଏ। ମଦ ପିଇବା ଦ୍ୱାରା ଟେଷ୍ଟୋଷ୍ଟେରୋନ୍ର ସ୍ତର ହ୍ରାସ ହୋଇଥାଏ ଫଳରେ ମଣିଷର ଶୁକ୍ରାଣୁ କମିଯାଏ।

• ମଦ୍ୟପାନ ହରମୋନ୍ ସ୍ତରକୁ ପରିବର୍ତ୍ତନ କରିଥାଏ । ବିଶେଷତଃ ଇଷ୍ଟ୍ରୋଜେନ ଅଧିକ ପ୍ରଭାବିତ ହୋଇଥାଏ, ଯାହା ସ୍ତନ କର୍କଟ ହେବାର କାରଣ ସାଜେ ।

• ଅଧିକ ମଦ୍ୟପାନ ଦ୍ବାରା ମେଟାବୋଲିଜିମ୍ ପ୍ରକ୍ରିୟା ସଠିକ୍ ଭାବରେ ହୋଇନଥାଏ । ଶରୀର ଉପରେ ମଦ୍ୟପାନର ପ୍ରଭାବ ଶୀଘ୍ର ପଡିଥାଏ । ଏହାର ପ୍ରଭାବ ପ୍ରଥମେ ରକ୍ତରେ ଦେଖାଯାଥାଏ ।

• ଦୀର୍ଘ ଦିନ ପର୍ଯ୍ୟନ୍ତ ମଦ ସେବନ ଯୋଗୁ ଶରୀରରେ ‘ଥାୟାମିନ’ ନାମକ ଭିଟାମିନର ଅଭାବ ପରିଲକ୍ଷିତ ହୋଇଥାଏ। ଯାହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ଦୀର୍ଘସ୍ଥାୟୀ କୁପ୍ରଭାବ ପଡ଼ିଥାଏ। ଏଥିଯୋଗୁ ରୋଗୀର ସ୍ମରଣଶକ୍ତି ହ୍ରାସ ପାଇଥାଏ।

• ମଦ୍ୟପାନ ଅଭ୍ୟାସ ପ୍ରାୟ ୨୦୦ ରୋଗର କାରଣ ହୋଇଥାଏ। ଅବସାଦ, ଉତ୍କଣ୍ଠା, ସାଇକୋସିସି ତଥା ଆକ୍ୟୁଟ ଷ୍ଟ୍ରେସ ଡିସଅର୍ଡର ଭଳି ସମସ୍ୟା ସୃଷ୍ଟି ହୁଏ ଓ ପରିଶେଷରେ ଏହା ଆତ୍ମହତ୍ୟାରେ ପରିଣତ ହୋଇଥାଏ।

• ଅତ୍ୟଧିକ ମଦ୍ୟପାନ ଦ୍ୱାରା ରକ୍ତରେ ଚର୍ବି ଜମିଯାଇ ରକ୍ତ ମୋଟା ହୋଇଯାଏ, ଫଳରେ ହୃତପିଣ୍ଡ ଉପରେ ଚାପ ପଡି଼ଥାଏ। ଫଳ ସ୍ୱରୁପ ହୃଦଘାତର ସମ୍ଭାବନା ବଢିଥାଏ।

Bathing Life Style Beer
Advertisment
Advertisment