/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745327471.jpg)
Delang Minor Boy Murder
ପିପିଲି ଡେଲାଙ୍ଗ ଥାନା ରତନପୁର ଗାଁରେ ନାବାଳକ ଆଶୀର୍ବାଦ ସାହୁ ହତ୍ୟାକାଣ୍ଡ ଘଟଣାରେ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ପୁରୀ ଏସ୍ପି ଭୀନିତ ଅଗ୍ରୱାଲ । ନାବାଳକକୁ ହତ୍ୟା କରିବା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଥିଲା । ଏହାପରେ ଅଭିଯୁକ୍ତ ନାବାଳକକୁ ସେ ପିନ୍ଧିଥିବା ସାର୍ଟରେ ଶ୍ୱାସରୁଦ୍ଧ କରି ପାଇଖାନା ଟାଙ୍କିରେ ପକେଇ ଦେଇଥିଲା । ତେବେ ଟାଙ୍କିରେ ପଡ଼ିବା ପରେ ମୃତ୍ୟୁ ନା ପୂର୍ବରୁ ନାବାଳକର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ଏସ୍ପି ।
#ହତ୍ୟା_ପୂର୍ବରୁ_ଯୌନ_ନିର୍ଯାତନା: ଏସ୍ପି
ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ ନେଇ ପୁରୀ ଏସ୍ପିଙ୍କ ସୂଚନା । ଏଯାବତ ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି । ପିଲାକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି ବୋଲି ପୁରୀ ଏସ୍ପି କହିଛନ୍ତି ।#Puri#PuriSP#OTVpic.twitter.com/q84L4NulVC— ଓଟିଭି (@otvkhabar) April 22, 2025
କାହିଁକି କରିଥିଲା ହତ୍ୟା ?
ଏସ୍ପିଙ୍କ ସୂଚନା ଅନୁସାରେ, ଘଟଣା ଦିନ ଅଭିଯୁକ୍ତ ପ୍ରଭାକର ଓରଫ୍ ବାପି ନାବାଳକକୁ ଡାକିଥିଲା ଏବଂ ଏକ ପରିତ୍ୟକ୍ତ ଘରେ ଏକାଠି ବସି ଥଣ୍ଡା ପିଆଇଥିଲା । ଟେନିସ୍ ବଲ୍ କିଣିବା ପାଇଁ ୧୦୦ ଟଙ୍କା ଦେବାକୁ କହି ନାବାଳକକୁ ଯୌନଶୋଷଣ କରିଥିଲା । ଏହାପରେ ନାବାଳକ ଅଭିଯୁକ୍ତକୁ ଟଙ୍କା ମାଗିଥିଲା ଏବଂ ଟଙ୍କା ନଦେଲେ ଘର ଲୋକଙ୍କୁ ସବୁକଥା ଜଣାଇଦେବ ବୋଲି କହିଥିଲା । ଏହି ସମୟରେ ଘର ଲୋକେ ନାବାଳକଙ୍କୁ ଖୋଜାଖୋଜି କରୁଥିଲେ ।
ଅଧିକ ପଢ଼ନ୍ତୁ: ଡେଲାଙ୍ଗ ରତନପୁରରେ ନିଖୋଜ ନାବାଳକକୁ ନୃଶଂସ ହତ୍ୟା
ପଇସା ନଦେଲେ ନାବାଳକ ଘର ଲୋକଙ୍କୁ କହିଦେବ ବୋଲି କହିବାରୁ ଅଭିଯୁକ୍ତ ତାକୁ ଶ୍ୱାସରୁଦ୍ଧ କରି ସେଫ୍ଟିକ ଟାଙ୍କିରେ ପକାଇ ଦେଇଥିଲା । ତେବେ ଟାଙ୍କିରେ ପଡ଼ିବା ପରେ ନା ପୂର୍ବରୁ ନାବାଳକର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଏସ୍ପି ।
ଏସ୍ପି ଆହୁରି କହିଛନ୍ତି ଯେ, ଏହି ହତ୍ୟା ଘଟଣାରେ ଏଯାବତ ପ୍ରଭାକର ସାହୁ ଓରଫ୍ ବାପି ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି । ପୋକ୍ସୋ କୋର୍ଟରେ ମାମଲାର ବିଚାର ହେବ ଏବଂ ଅଭିଯୁକ୍ତକୁ ସର୍ବାଧିକ ଦଣ୍ଡ ମିଳିବା ପାଇଁ ଚେଷ୍ଟା କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)