• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଆଜି ଯେଉଁ କାମ କରିବେ ସେଥିରେ ସଫଳତା ପାଇବେ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୧୦.୩୫ ଗତେ କର୍କଟ ,ତିଥି- ପ୍ରତିପଦ ରାତ୍ରି ୦୪.୨୬ ଗତେ ୨ୟା,ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୧୦.୩୫ ପର୍ଯ୍ୟନ୍ତ ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୪୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Taurus

ବୃଷ

Saturday 06 Jul 2024

କୃତିକା- ପରିବାରରେ ହସଖୁସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । ଆୟ ବଢିବା ସହିତ ଚାକିରିରେ ପଦୋନ୍ନତି ହେବ । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ

ରୋହିଣୀ- କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ରାଜନିତିରେ ମନର ବଳ ଖୁବ୍ ଟାଣ ରହିବ । ବ୍ୟବସାୟୀ ମାନେ ଉନ୍ନତି ଦିଗରେ ଗତି କରିବେ । ଅପୂରଣୀୟ ଅଭିଳାଷ ନେଇ ଦୁଃଖ ଅନୁଭବ କରିବେ

ମୃଗଶିରା- ଈଛା ନଥିରେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି । ବିବାଦୀୟ ପରିସି୍ଥତମି ଗୁରୁତ୍ୱର ହେବ ନାହିଁ । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ ।

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :