Advertisment

Horrors of Faridabad Play School: ଫରିଦାବାଦରେ ପ୍ଲେ ସ୍କୁଲରେ ଚାଲିଥିଲା କଣ?

ସ୍କୁଲ ସଞ୍ଚାଳକ ପଙ୍କଜଙ୍କ ନିକଟରେ ସ୍କୁଲ ମାନ୍ୟତା ସମ୍ପର୍କିତ କୌଣସି କାଗଜପତ୍ର ନାହିଁ। ଗୋଟିଏ ବଖରାରେ ୩୪ ଜଣ ପିଲା ଶୋଇଥିବାର ଦେଖିବାକୁ ମିଳିଥିଲା। କୋଠରୀର ଆକାରଠୁ ପିଲା ସଂଖ୍ୟା ଦୁଇରୁ ତିନି ଗୁଣା ଥିଲା। ପଶୁଙ୍କ ଭଳି ଗୋଟିଏ କୋଠରୀରେ ଖୁନ୍ଦାଖୁନ୍ଦି କରି ନିର୍ଦ୍ଦୟ ଭାବେ ରଖାଯାଉଥିଲା।

author-image
Puspanjali Panda
school

school

ଏମିତି ଏକ ପ୍ଲେ ସ୍କୁଲ ଏଠି କଅଁଳ ଶିଶୁଙ୍କୁ ନିଶା ଖୁଆଇ ଶୁଆଇ ଦିଆଯାଉଥିଲା। ବାସି ଖାଦ୍ୟ ଖାଇବାକୁ ଦିଆଯାଉଥିଲା। ଯଦି କେହି ନିଦରୁ ଉଠି ପଡ଼ୁଥିଲେ ସେମାନଙ୍କୁ ମାଡ଼ ମରାଯାଉଥିଲା। ଅନ୍ଧାର ଘରେ ସେମାନଙ୍କୁ ଏମିତି ଦୟନୀୟ ଅବସ୍ଥାରେ ରଖାଯାଉଥିଲା। ଠିକ୍ କଳା ପାଣି ଜେଲ୍ ବା ସେଲୁଲାର ଜେଲ୍ ଭଳି ଥିଲା ଏହି ପ୍ଲେ ସ୍କୁଲର ଚିତ୍ର। ଗୋଟିଏ ପ୍ରକାର ଶିଶୁଙ୍କ ଶୈଶବକୁ କଅଁଳ ବୟସରେ ମାରି ଦିଆଯାଉଥିଲା। ଏମିତି ଏକ ପ୍ଲେ ସ୍କୁଲ ଦେଶରେ ଅଛି ଜାଣିଲେ ଲୋମ ଟାଙ୍କୁରି ଉଠିବ।

Advertisment

ମାରିଦେଲେ କି ଶିଶୁକୁ !

ହରିୟାଣାର ଫରିଦାବାଦର ପଲ୍ଲା ଅଞ୍ଚଳ। ସେଠି ଅଛି ଏକ ପବ୍ଲିକ୍ ପ୍ଲେ ଆଣ୍ଡ୍ କ୍ରେଚ୍ ସ୍କୁଲ୍ (ପ୍ଲେ ସ୍କୁଲ୍ ଏବଂ ଡେ କେୟାର)। ସ୍କୁଲ ତ ନୁହେଁ ଗୋଟିଏ ଜେଲ୍ ଖାନା। ଗଲା ଏପ୍ରିଲର ଘଟଣା। ଏହି ସ୍କୁଲରେ ଜଣେ ଦୁଇ ବର୍ଷର ଶିଶୁର ରହସ୍ୟଜନକ ମୃତ୍ୟୁ ହୁଏ। ଏହି ମୃତ୍ୟୁ ପୂରା ସ୍କୁଲର କଳାକାରନାମାକୁ ରାସ୍ତାକୁ ଟାଣି ଆଣିଛି। ୧୩ ଏପ୍ରିଲରେ ଖବରକାଗଜରେ ଏହି ମୃତ୍ୟୁ ସମ୍ପର୍କିତ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହି ଘଟଣା ଏକ ଆଲୋଡ଼ନ ସୃଷ୍ଟି କରିଛି। ଫରିଦାବାଦ ଶିଶୁ କଲ୍ୟାଣ କମିଟି ଏବଂ ଶିଶୁ ସୁରକ୍ଷା ୟୁନିଟ ଟିମ୍ ପଲ୍ଲା ଅଞ୍ଚଳର ଥିବା ଏହି ପ୍ଲେ ସ୍କୁଲରେ ଏପ୍ରିଲ ୧୭ରେ ଚଢ଼ଉ କରିଥିଲା। ହେଲେ ଏହି ଶିଶୁଟି ମଲା କେମିତି? ନିର୍ଯାତନା ଦେଇ ମାରିଦେଲେନି ତ? ନା ବିଷକ୍ରିୟା ଯୋଗୁ ଶିଶୁଟି ମରିଗଲା?

ଏଠି କଣ ମଣିଷ ରୁହନ୍ତି

ପ୍ଲେ ସ୍କୁଲର ଅବ୍ୟବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶ ଜେଲ୍ ଖାନାଠୁ ବି କିଛି କମ୍ ନଥିଲା। ବାସି ଖାଦ୍ୟ ଓ ଅନ୍ଧାର ଘରେ କଣ ମଣିଷ ରୁହନ୍ତି! ଶିଶୁ କଲ୍ୟାଣ କମିଟିର ସଦସ୍ୟ ସୁନୀଲ ଯାଦବ ଏପ୍ରିଲ ୧୯ରେ ପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ଲେ ସ୍କୁଲରେ ପିଲାମାନଙ୍କ ପ୍ରତି ନିଷ୍ଠୁରତା ଅସହ୍ୟ ଥିଲା। ସେମାନଙ୍କୁ ନିଶାଦ୍ରବ୍ୟ ଖୁଆଇବା ବି ଥିଲା ଆହୁରି ଭୟଙ୍କର। ପ୍ଲେ ସ୍କୁଲ ପରିଚାଳକଙ୍କ ବିରୋଧରେ ପଲ୍ଲା ଥାନାରେ ମାମଲା ରୁଜୁ ହୋଇଛି। ସେମାନେ ଆଇନ ଜାଲରେ ଫସିବା ଏକ ପ୍ରକାର ଥୟ।

Advertisment

ଅଧିକ ପଢ଼ନ୍ତୁ: ତନ୍ଦୁରୀ ରୁଟି ପାଇଁ ବାଜିରେ ଲାଗିଲା ଜୀବନ
 

ପଶୁଙ୍କ ଭଳି ଖୁନ୍ଦା ଖୁନ୍ଦି ହେଇ ରହୁଥିଲେ

୫୦ ଗଜ ଜମିରେ ନିର୍ମିତ ସ୍କୁଲର ତିନୋଟି କୋଠରୀରେ ୭୨ ଜଣ ପିଲା ରହୁଥିଲେ। ପ୍ଲେ ସ୍କୁଲରେ ପିଲାମାନଙ୍କ ପାଇଁ ଖେଳଣା ବି ନଥିଲା। ସ୍କୁଲର ମୋଟ ପିଲାଙ୍କ ସଂଖ୍ୟା ୧୦୩। ଯାହା ବିଦ୍ୟାଳୟର କ୍ଷେତ୍ରଫଳକୁ ବିଚାରକୁ ନେଲେ ବହୁତ ଅଧିକ। ସ୍କୁଲ ସଞ୍ଚାଳକ ପଙ୍କଜଙ୍କ ନିକଟରେ ସ୍କୁଲ ମାନ୍ୟତା ସମ୍ପର୍କିତ କୌଣସି କାଗଜପତ୍ର ନାହିଁ। ଗୋଟିଏ ବଖରାରେ ୩୪ ଜଣ ପିଲା ଶୋଇଥିବାର ଦେଖିବାକୁ ମିଳିଥିଲା। କୋଠରୀର ଆକାରଠୁ ପିଲା ସଂଖ୍ୟା ଦୁଇରୁ ତିନି ଗୁଣା ଥିଲା। ପଶୁଙ୍କ ଭଳି ଗୋଟିଏ କୋଠରୀରେ ଖୁନ୍ଦାଖୁନ୍ଦି କରି ନିର୍ଦ୍ଦୟ ଭାବେ ରଖାଯାଉଥିଲା। ପୂରା ବେଆଇନ ଭାବେ ଚାଲିଥିବା ଏହି ପ୍ଲେ ସ୍କୁଲ ପଛରେ ଗୋଟିଏ ବଡ଼ ହାତ କାମ କରୁଥିବା କୁହାଯାଉଛି।

୨୪ ଘଣ୍ଟା କାଳ ଜେଲଖାନାରେ କାଟୁଥିଲେ

ସାଧାରଣତଃ ପ୍ଲେ ସ୍କୁଲ ନିୟମ ଅନୁଯାୟୀ ମହିଳା କର୍ମଚାରୀ ଦ୍ବାରା ପରିଚାଳିତ ହୋଇଥାଏ। ପିଲାଙ୍କ ମାନସିକ ସ୍ଥିତିକୁ ଏମିତି ଠିକ୍ ଭାବେ ପଢ଼ିପାରନ୍ତି। କିନ୍ତ ଏହି ପ୍ଲେ ସ୍କୁଲରେ ଜଣେ ହେଲେ ମହିଳା କର୍ମଚାରୀ ନଥିଲେ। ସମସ୍ତେ ପୁରୁଷ। ପିଲାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କିଛି ନଥିଲା। ୧୬ ରୁ ୧୮ ପିଲା ୨୪ ଘଣ୍ଟା କାଳ ଏହି ଜେଲ୍ ଖାନାରେ କାଟୁଥିଲେ।

ନଷ୍ଟ ହୋଇଥିବା ଖାଦ୍ୟ ଖାଉଥିଲେ

ପିଲାଙ୍କୁ ଏଠାରେ ମାଡ଼ ମରାଯାଏ। ସ୍କୁଲରେ ପିଲାଙ୍କୁ ଅବଧି ନଥିବା ଥଣ୍ଡା ପାନୀୟ, ନଷ୍ଟ ହୋଇଯାଇଥିବା ଅଟାରେ ପ୍ରସ୍ତୁତ ରୁଟି ଇତ୍ୟାଦି ଖାଇବାକୁ ଦିଆଯାଏ। ଏହାକୁ ଖାଇ ଶିଶୁ ସୁସ୍ଥ ନଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲା।

ବ୍ୟବଚ୍ଛେଦ ରିପୋର୍ଟରୁ ରହସ୍ୟ ଜଣାପଡ଼ୁନି

ସ୍କୁଲକୁ ଖାଲି କରି ସିଲ୍ କରାଯାଇଛି। ଏପ୍ରିଲ ୧୨ ତାରିଖରେ ୨ ବର୍ଷୀୟ ଶିଶୁ ନୀତିଶର ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟ ହେଉନାହିଁ। ଭିସେରା ନମୂନା ସଂଗ୍ରହ ହୋଇ ଫୋରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯାଇଛି। ଏହି ରିପୋର୍ଟ ଆସିଲେ ଶିଶୁଟିର ମୃତ୍ୟୁ କିଭଳି ହେଲା, ଏହାରି ଉପରୁ ପରଦା ହଟିପାରିବ।

ଜେଲଖାନାରେ ରହିବାକୁ ୯ ହଜାର?

ଜେଲଖାନାଠୁ ବି କିଛି କମ୍ ନଥିବା ଏହି ପ୍ଲେ ସ୍କୁଲରେ ସ୍କୁଲ ପାଖରେ କାମ କରୁଥିବା ଲୋକମାନେ ରାତିରେ ସେମାନଙ୍କ ପିଲାମାନଙ୍କୁ ଛାଡ଼ି ଯାଉଥିଲେ। ସ୍କୁଲ ପରିଚାଳକ ରାତିରେ ସ୍କୁଲରେ ରହୁଥିବା ପିଲାମାନଙ୍କ ଅଭିଭାବକଙ୍କଠାରୁ ମାସିକ ପ୍ରାୟ ନଅ ହଜାର ଟଙ୍କା ଆଦାୟ କରୁଥିଲେ। ପ୍ରତିଦିନ ଘରୁ ଆସୁଥିବା ପିଲାମାନଙ୍କଠାରୁ ପ୍ରାୟ ଚାରିରୁ ପାଞ୍ଚ ହଜାର ଟଙ୍କା ଦେୟ ନେଉଥିଲେ। ଏମିତି ଗୋଟିଏ ଜେଲ୍ ଖାନାରେ ରହିବାକୁ ପିଲାଙ୍କ ବାପା ମା ରାଜି ହେବା ଓ ମାସିକ ଦୁଇ ଗୁଣା ଟଙ୍କା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ଅଧିକ ପଢ଼ନ୍ତୁ: ଫିଟିଲା ମାଉଜର ମିଷ୍ଟ୍ରି; ମୁଙ୍ଗେରରୁ ଆଣୁଛନ୍ତି, ଓଡ଼ିଶାରେ ମଣିଷ ମାରୁଛନ୍ତି

Schools Crime News
Advertisment
Advertisment