• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

‘ଅପରେସନ ସିନ୍ଦୂର’କୁ ବଡ଼ ସୂଚନା ଦେଇଛି ଭାରତୀୟ ବାୟୁ ସେନା । ଏବେ ବି ‘ଅପରେସନ୍‌ ସିନ୍ଦୂର’ ଜାରି ରହିଥିବା କହିଛି IAF । ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛି ଭାରତୀୟ ବାୟୁ ସେନା । IAF ପକ୍ଷରୁ କୁହାଯାଇଛି କି, ଦିଆଯାଇଥିବା ଟାସ୍କକୁ ବାୟୁସେନା ସଫଳତାର ସହ କରୁଛି । ସମନ୍ୱିତ ଓ ସୁଚିନ୍ତିତ ଭାବେ ଅପରେସନ୍ ଚାଲିଛି । ଆନୁମାନିକ ଓ ଅସତ୍ୟ ଖବରଠାରୁ ଦୂରେଇ ରୁହନ୍ତୁ । ସଠିକ୍‌ ସମୟରେ ଏନେଇ ଅବଗତ କରାଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ।

ସେପଟେ 'ଅପରେସନ ସିନ୍ଦୂର' ଓ ତତପରେ ଗତକାଲି ପାକିସ୍ତାନ ସହ ଅସ୍ତ୍ରବିରତି ସହମତି ପରେ ନୂଆଦିଲ୍ଲୀରେ ବସିଛି ବେଶ୍ ଗୁରୁତ୍ବପୂର୍ଣ୍ଣ ବୈଠକ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ । ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ, ଉପସ୍ଥିତ ଅଛନ୍ତି ୩ ସେନା ମୁଖ୍ୟ

ଅସ୍ତ୍ରବିରତି ପରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାରୁ ଆଉ କିଛି ବଡ଼ ଅପଡେଟ୍ ଆସିବା ନେଇ ସମ୍ଭାବନା ରହିଛି । କାହିଁକି ନା ଗତକାଲି ଅସ୍ତ୍ରବିରତି ନେଇ ଦୁଇ ଦେଶ ରାଜି ହୋଇଥିଲେ ମଧ୍ୟ କିଛି ସମୟ ପାଇଁ ପାକିସ୍ତାନ ପଟୁ ଜାମ୍ମୁ ଓ କାଶ୍ମୀର ସମେତ କେତେକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା ଯାହାକୁ ପ୍ରତିହତ କରିଥିଲା ଭାରତୀୟ ସେନା ।