• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Jan 2024: ଏହି ରାଶିର ବ୍ୟକ୍ତି ପ୍ରେମ ସମ୍ପର୍କରେ ଅଧିକ ଘନିଷ୍ଠ ହେବେ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ଶୁକ୍ରବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୬.୪୫ ଗତେ ତୁଳା । ତିଥି- ୯ମୀ ରାତ୍ରି ୧୧.୪୬ ଗତେ ୧୦ମୀ । ଘାତଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୬.୪୫ ପର୍ଯ୍ୟନ୍ତ । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Scorpio

ବିଛା

Friday 05 Jan 2024

ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ମନ ଚାହୁଁଥିବା ଜୀବନସାଥି ପାଇବେ ।

ଅନୁରାଧା- ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଅଶାନ୍ତି ଉପୁଜିବ ।

ଜ୍ୟେଷ୍ଠା- ପର କଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇପାରନ୍ତି । ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି । ଜୋର୍ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ।

ପ୍ରତିକାର- ବଗଳା ମୂଖିଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :