ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୩ ୟା ରାତ୍ରି ୦୧.୦୮ ଗତେ ୪ର୍ଥୀ, ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି ।
ଉ,ଫଳଗୁନି- ପେଟରେ ସାମାନ୍ୟ କଷ୍ଟ ଅନୁଭବ କରିବେ । କୈାଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ
ହସ୍ତା- କାହାକୁ କୈାଣସି କଥା ବୁଝାଇବାରେ ଭୁଲ ହୋଇପାରେ । ସାମାଜିକ କାର୍ୟ୍ୟକୁ ଯିବା ପାଈଁ ଭଲ ଅବସର ମିଳିବେ । ରାଜନେତାଙ୍କର ସମାଜରେ ଆଦର ବଢିବ । ପଢାରେ ଗୁରୁଜନଙ୍କ ଆଶ୍ରିବାଦ ଲାଭ କରିବେ ।
ଚିତ୍ରା- ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । ମହିଳା ମାନେ ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବେ ।
ପ୍ରତିକାର - ସକାଳୁ କୁକୁର,କାଉକୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫