ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୩ ୟା ରାତ୍ରି ୦୧.୦୮ ଗତେ ୪ର୍ଥୀ, ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି ।
ମୂଳା- ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ । ପ୍ରିୟ ଜନ ମାନଙ୍କୁ ଆର୍ଥିକ ସାହାର୍ଯ୍ୟ କରିବେ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ ।
ପୂ, ଷାଢା- ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବା ସହିତ ଶୁଭ ସମାଚାର ଶୁଣିବାକୁ ମିଳିବ । ଦୂର ଯାତ୍ରାରୁ ବହୁତ ଲାଭ ପାଇବେ । ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ଋଣମୁକ୍ତି ପାଇଁ ରାସ୍ତା ଦେଖାଦେବ ।
ଉ, ଷାଢା- ଆୟ ଉପାର୍ଜନରେ ବାଧାସୃଷ୍ଟି ହୋଇପାରେ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । ଯାନବାହାନର ନବୀକରଣ କରିବା ପାଇଁ ମନ ବଳେଇ ପାରନ୍ତି
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩