ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୩ ୟା ରାତ୍ରି ୦୧.୦୮ ଗତେ ୪ର୍ଥୀ, ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି ।
ପୁନର୍ବସୁ- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଲାଗିରହିଥିବା ମତାନ୍ତର ଦୂର ହୋଇଯିବ । ସହମର୍କୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି ।
ପୁଷ୍ୟା- ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ । ବିଦ୍ୟାର୍ଥୀ ମାନେ ପଢାପଢିରେ ଓ ପରିକ୍ଷାରେ କୃତକାର୍ୟ୍ୟ ହେବେ ।
ଅଶ୍ଲେଷା- ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳା ମାନେ ଧୈର୍ୟ୍ୟ ଧରି କାମ କରିଲେ କାର୍ୟ୍ୟରେ ବିଜୟଲାଭ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ପଢାରେ ଏକାଗ୍ରତା ରକ୍ଷା କରିବେ
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨