Advertisment

Triple Murder in Andhra: ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା

ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା ଭିଣୋଇ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ସିଲେରୁ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକମାନେ ଓଡ଼ିଶାର ହୋଇଥିବା ସୂଚନା ।

author-image
Namita Biswal
ଅଦ୍ୟତନ ହୋଇଛି
Triple Murder

Triple Murder

ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ହତ୍ୟା । ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା ଭିଣୋଇ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମାରାଜୁ ଜିଲ୍ଲା ସିଲେରୁ ଗାଁରେ ଏହି ଟ୍ରିପଲ ମର୍ଡର ଘଟିଛି । ମୃତ ଶାଳକମାନେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଶାଳକ ଚିତ୍ରୋକାଣ୍ଡର ହୋଇଥିବାବେଳେ ଅନ୍ୟଜଣେ ନବରଙ୍ଗପୁର ବାସିନ୍ଦା । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । 

Advertisment

କୌଣସି କାରଣକୁ ନେଇ ଭିଣୋଇ ଏବଂ ୩ ଶାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଭିଣୋଇ ମୁଣ୍ଡକୁ ପିତ ଚଢି ଯାଇଥିଲା । ଏକ ଧାରୁଆ ଅସ୍ତ୍ରରେ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ଭିଣୋଇ । ମୃତକମାନେ ହେଲେ ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ, କ୍ରିଷ୍ଣା ଖେମୁଡୁ ।

ଅଧିକ ପଢ଼ନ୍ତୁ: ପ୍ରେମିକ ବାହାଘର ଭୋଜିରେ ପ୍ରେମିକାର ହଙ୍ଗାମା

ସେମାନଙ୍କ ଭଉଣୀ ଆନ୍ଧ୍ରପ୍ରଦେଶ ସିଲେରୁ ଗାଁରେ ବିବାହ କରିଥିଲେ । ଭଉଣୀର ଶ୍ୱଶୁରର ଦଶାହ କାର୍ଯ୍ୟରେ ଯୋଗ ଦେବାକୁ  ୩ ଭାଇ ସିଲେରୁ ଯାଇଥିଲେ । ସେଠି ଭିଣୋଇ ଓ ଶାଳକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଏନେଇ ଅଭିଯୋଗ ପରେ ପୋଲିସ ମାମଲାର ଖୋଳତାଡ଼ ଆରମ୍ଭ କରିଛି ।

Advertisment
Murder Andhra Pradesh Triple Murder
Advertisment
Advertisment