Advertisment

Gold Price Increasing in Bhubaneswar and Cuttack: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା...

୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ‍ବୃଦ୍ଧି ପାଇଛି।

author-image
Tapaswini Nayak
Gold Rate

Gold Rate

ପ୍ରତିଦିନ ମହଙ୍ଗା ହେଉଛି ସୁନା । ଆଗକୁ ବିବାହ ଥିବାରୁ ସୁନାର ଦାମ୍ ଦେଖି ଛାନିଆ ହେଲେଣି ଗ୍ରାହକ। ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି । ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି।

Advertisment

୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ‍ବୃଦ୍ଧି ପାଇଛି।

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା୫୫୦ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୬୦୦ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୯,୦୦୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦୦ ଟଙ୍କା ବୃଦ୍ଧି ପାଇ ୯୯,୬୦୦ ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୫୦୦ଟଙ୍କା ବୃଦ୍ଧି ପାଇ ୯୦,୭୫୦ଟଙ୍କାରୁ ୯୧,୩୦୦ଟଙ୍କା ହୋଇଛି।

Advertisment

ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୯,୦୦୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୫୪୦ ଟଙ୍କା ବୃଦ୍ଧି ପାଇ ୯୯,୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୫୦ ଟଙ୍କା ବୃଦ୍ଧି ପାଇ ୯୧,୩୦୦ ଟଙ୍କା ହୋଇଛି।

Gold Rate
Advertisment
Advertisment