Advertisment

Pakistan's Failed Plans and India's Defence Strategy: ପାକିସ୍ତାନର ସବୁ ଚକ୍ରାନ୍ତ ବିଫଳ; ସବୁ ମିସାଇଲ୍‌କୁ କାଟିଲା ‘ସୁଦର୍ଶନ ଚକ୍ର’

ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ । ଏନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ । ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌ କରିଛି ପାକିସ୍ତାନ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Pakistan's Failed Plans and India's Defence Strategy

Pakistan's Failed Plans and India's Defence Strategy

ବଡ଼ ଖବର । ପାକିସ୍ତାନର ସବୁ ଚକ୍ରାନ୍ତ ବିଫଳ । ଫେଲ୍‌ ମାରିଲା ସବୁ ଫ୍ଲାନ୍ । ପାକିସ୍ତାନର ସବୁ ମିସାଇଲ୍‌ କାଟିଲା ସୁଦର୍ଶନ ଚକ୍ର। ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ । ଏନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ । ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌ କରିଛି ପାକିସ୍ତାନ ।

Advertisment

ଉତ୍ତର ଓ ପଶ୍ଚିମ ପ୍ରାନ୍ତରର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର , କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍‌, ଫଲୋଦି, ଉତ୍ତରଲାଇ ଓ ଭୁଜକୁ ଟାର୍ଗେଟ୍‌ କରିଛି ପାକିସ୍ତାନ । ଡ୍ରୋନ ଓ ମିଜାଇଲ୍‌ ଜରିଆରେ ଟାର୍ଗେଟ୍‌ କରିଛି ପାକିସ୍ତାନ । ପାକିସ୍ତାନକୁ ଭାରତୀୟ ସେନା କଡ଼ା ଜବାବ ଦେଇଛି । ବାୟୁସେନା ପକ୍ଷରୁ S-400 ସୁଦର୍ଶନ ଚକ୍ର ଏୟାର ମିସାଇଲ ଜବାବ ଦେଇଛି । ପାକିସ୍ତାନର ସବୁ ଡ୍ରୋନ୍‌ ଓ ମିସାଇଲ୍କୁ ଧ୍ବଂସ କରିଛି ସୁଦର୍ଶନ ଚକ୍ର । ଏ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା 

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment

ଏପଟେ ପାକିସ୍ତାନ ସେନାବାହିନୀକୁ ଶକ୍ତ ଝଟ୍‌କା ଲାଗିଛି। ଲାହୋରରେ ଏୟାର ଡିଫେନ୍ସ ମିସାଇଲ ଲଞ୍ଚର ଧ୍ବଂସ ହୋଇଯାଇଛି। HQ-9 ଏୟାର ଡିଫେନ୍ସ ମିସାଇଲ ଲଞ୍ଚର ଜଳିଗଲା ।

ତେବେ ସବୁଠାରୁ ବଡ଼ କଥା ହେଉଛି ‘ଅପରେସନ୍‌ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ସଫା ହୋଇଯାଇଛି । ଭାରତୀୟ ସେନାର ମିସାଇଲ୍‌ ମାଡ଼ରେ ମୃତ୍ୟୁ ସୂଚନା ମଧ୍ୟ ଦିଆଯାଇଛି। କାନ୍ଦାହାର ବିମାନ ଆକ୍ରମଣ ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ଥିଲା ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Missile Pakistan
Advertisment
Advertisment