ସୈାର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର ଚନ୍ଦ୍ର- ମେଷ ରାତ୍ରି ୦୭.୫୬ ଗତେ ବୃଷ ତିଥି- ୧୪ଶୀ ଦିବା ୦୩.୫୩ ଗତେ ପୂର୍ଣ୍ଣିମା ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୭.୫୬ ଗତେ ବିଛା ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୦୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଛନ ଦାନ
ଅଶ୍ୱନୀ- ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ
ଦ୍ୱିଜା- ଧୈର୍ୟ୍ୟହରା ନ ହୋଇ କାର୍ୟ୍ୟ କଲେ ଉପକୃତ ହେବେ । ଅର୍ଥ, ଜମିଜମା, ସଭାସମିତି ପ୍ରଭୃତି ମଧ୍ୟମ ପ୍ରକାରର ରହିବ । ଦୃଢ଼ ମନୋବଳ ନେଇ କାମ କରିବାର ସୁଯୋଗ ପାଇବେ । ଭଲ କାରବାର ହେତୁ ଆତ୍ମସନ୍ତୋଷ ମିଳିପାରେ
କୃତିକା- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁ ବାନ୍ଧବଙ୍କ, ଗୁରୁଜନଙ୍କ ପାଖରେ ଆଦୃତ ହେବେ
ପ୍ରତିକାର- ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯