ସୈାର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର ଚନ୍ଦ୍ର- ମେଷ ରାତ୍ରି ୦୭.୫୬ ଗତେ ବୃଷ ତିଥି- ୧୪ଶୀ ଦିବା ୦୩.୫୩ ଗତେ ପୂର୍ଣ୍ଣିମା ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୭.୫୬ ଗତେ ବିଛା ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୦୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଛନ ଦାନ
ଉ,ଫଳଗୁନି- ସ୍ୱାସ୍ଥ୍ୟ ଭଲ ରହିବ ଓ ଅର୍ଥ, ସମ୍ମାନ ପାଇବେ । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି । କର୍ମକ୍ଷେତ୍ରରେ କେତେକ ବିବାଦୀୟ ଚିନ୍ତାଧାରା ମନକୁ ବ୍ୟସ୍ତବିବ୍ରତ କରିପାରେ
ହସ୍ତା- ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ । ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ
ଚିତ୍ରା- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି । ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ୟ୍ୟରେ ନିଜକୁ ନିୟୋଜିତ କରିବେ । ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ
ପ୍ରତିକାର- ବୁଦ୍ଧ ଦେବଙ୍କ ବୀଜ ମନ୍ତ୍ର ଜପ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫