Advertisment

Suresh Pujari slams Yusuf Pathan: ୟୁସୁଫଙ୍କ ଚିଠିକୁ ନେଇ ତେଜିଲା ରାଜନୀତି, ସୁରେଶ ପୂଜାରୀ କହିଲେ...

ୟୁସୁଫ ପଠାନଙ୍କ ଚିଠି ପରେ ଦୃଢ ଜବାବ ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ନିଜ ସଂସଦୀୟ କ୍ଷେତ୍ର ମୁର୍ଶିଦାବାଦ, ବରହମପୁର ଏବଂ ଅନ୍ୟ ଜିଲ୍ଲାରୁ ଓଡ଼ିଶା ଆସୁଥିବା ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ୟୁସୁଫ।

author-image
Deviprasad Jena
ଅଦ୍ୟତନ ହୋଇଛି
ୟୁସୁଫ ପଠାନଙ୍କୁ କଡ଼ା ଜବାବ ।

ୟୁସୁଫ ପଠାନଙ୍କୁ କଡ଼ା ଜବାବ ।

ୟୁସୁଫ ପଠାନଙ୍କ ଚିଠି ପରେ ଦୃଢ ଜବାବ ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ନିଜ ସଂସଦୀୟ କ୍ଷେତ୍ର ମୁର୍ଶିଦାବାଦ, ବରହମପୁର ଏବଂ ଅନ୍ୟ ଜିଲ୍ଲାରୁ ଓଡିଶା ଆସିଥିବା ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ୟୁସୁଫ।

Advertisment

ଓଡ଼ିଶାରେପଶ୍ଚିମବଙ୍ଗ ଶ୍ରମିକଙ୍କୁ ନିର୍ଯାତନା ନେଇ ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନଙ୍କ କେନ୍ଦ୍ରକୁ ଚିଠି ପରେ ନିଜର ପ୍ରତିକ୍ରିୟା ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, 'ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ରଖିଛନ୍ତି । ଓଡ଼ିଶାକୁ ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ । ଓଡ଼ିଶା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଶରଣ ଏବଂ ରୋଜଗାର ଦେଇଛି । କେବେ ଇତିହାସରେ ଓଡ଼ିଶା କାହା ପାଇଁ ଅସୁରକ୍ଷିତ ଅଭିଯୋଗ ଆସିନାହିଁ । ପ୍ରଥମ ଥର ଓଡ଼ିଶା ଉପରେ ସାମାନ୍ୟ ଜ୍ଞାନ ନଥିବା ଲୋକ ଏ ଅଭିଯୋଗ ଆଣିଛନ୍ତି ।

ୟୁସୁବ ପଠାନ କ୍ରିକେଟରେ ମନ ଦେଇଥିଲେ ମଙ୍ଗଳ ହେଇଥାନ୍ତା । ଦେଶର ମଙ୍ଗଳ ହୁଅନ୍ତା । ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି । କ୍ରିକେଟ ଛାଡ଼ିଲେ ଅନ୍ୟ କୌଣସି ବିଷୟରେ ତାଙ୍କର ଜ୍ଞାନ ନାହିଁ । ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଭଲ ହୁଅନ୍ତା । ଯଦି ବାଂଲାଦେଶୀଙ୍କ କଥା କହୁଛନ୍ତି, ସେମାନେ ଅନୁପ୍ରବେଶକାରୀ । ଆଇନ ଉଲଂଘନ କରି ଆସିଛନ୍ତି । ବିନା ଭିସାରେ ଆସିବା ଅପରାଧ । ଚିକିତ୍ସା ପାଇଁ ଟେମ୍ପରାରି ଭିସା ନେଇ ଆସିବ । ଆଇନ ଉଲଂଘନ କରି ଏମାନେ ବେଙ୍ଗଲକୁ ମଧ୍ୟ ଆସୁଛନ୍ତି ।'

Advertisment

ଅଧିକ ପଢ଼ନ୍ତୁ: ବଢ଼ିଲା ମମତା ବାନାର୍ଜୀଙ୍କ ଅଡ଼ୁଆ, ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା କହିଲେ...

ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, 'ମୁର୍ଶିଦାବାଦ ହିଂସାକୁ ନେଇ ପଶ୍ଚିମବଙ୍ଗ ପୋଲିସ ପହଞ୍ଚିଥିଲେ । ଅପରାଧରେ ସଂଶ୍ଳିଷ୍ଟ ବ୍ୟକ୍ତି ମୋ ନିର୍ବାଚନ ମଣ୍ଡଳୀରେ ଲୁଚିଥିବା ପ୍ରମାଣ ନେଇ ଆସିଥିଲେ । ଝାରସୁଗୁଡ଼ା ପୋଲିସ ସାହାଯ୍ୟରେ ମୋ ନିର୍ବାଚନ ମଣ୍ଡଳୀରୁ ୧୦ ଜଣ ଅପରାଧୀ ଠାବ ହେଇଥିଲେ । ସେମାନେ ଏଠିକି ଲୁଚିବାକୁ ଆସିଥିଲେ । ଏଟା ଅପରାଧୀଙ୍କ ପାଇଁ ଆଶ୍ରୟ ସ୍ଥଳ ନୁହେଁ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ବାହାର ଦେଶ ହେଉ କି ବାହାର ରାଜ୍ୟର ଲୋକଙ୍କୁ ଦେଶ ଓ ଆମ ରାଜ୍ୟ କୋଳାଇଛି । ଏଥିପାଇଁ ଅନେକ ମୂଲ୍ୟ ମଧ୍ୟ ବହୁତ ସମୟରେ ଦେଇଛୁ ।'

ଅପରପକ୍ଷେ ବିଜେପି ନେତା ଅନୀଲ ବିଶ୍ବାଳ ୟୁସୁଫଙ୍କୁ ସୋସିଆଲ ମିଡ଼ିଆରେ ଟାର୍ଗେଟ କରିଛନ୍ତି । ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ ଅନୀଲ ଲେଖିଛନ୍ତି, ' ଆପଣ ଯେଉଁମାନଙ୍କୁ ନେଇ ଚିନ୍ତିତ ସେମାନେ ପ୍ରକୃତରେ ବେଆଇନ ଭାବେ ଆସିଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ। ସେମାନେ ଓଡ଼ିଶାର ସାମାଜିକ ସଂସ୍କୃତି ସଦଭାବକୁ ନଷ୍ଟ କରୁଛନ୍ତି ।

ସେମାନେ ଜାଲ ପରିଚୟ ପତ୍ର ସହ ଆସିଛନ୍ତି, ଯାହାକୁ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ପଶ୍ଚିମବଙ୍ଗ ସରକାର ଯୋଗାଇ ଦେଇଛନ୍ତି ।' ମୁର୍ଶିଦାବାଦରେ ହିନ୍ଦୁଙ୍କ ପ୍ରତି ଆକ୍ରମଣବେଳେ ଆପଣ କାହିଁକି କିଛି କହିନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଅନୀଲ । ସେହିପରି ଏହା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାର ସମୟ ବୋଲି ସେ ଲେଖିଛନ୍ତି । 

ଅଧିକ ପଢ଼ନ୍ତୁ: ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଓଲଟିଲା ଡମ୍ପର, ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

Suresh Pujari Bangladeshi National TMC Vs BJP Yusuf Pathan Odisha
Advertisment
Advertisment