ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୧୪ଶୀ ନିଶାନ୍ତ ୦୫.୪୭ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।
ମୃଗଶିରା- ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।
ଆଦ୍ରା- ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । ଯାତ୍ରା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି ।
ପୁନର୍ବସୁ- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ମହିଳାମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ରାଜନୀତିରେ ଚେଷ୍ଟା ସଫଳ ହେବ ଓ ଲାଭବାନ୍ ହେବେ ।
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫