ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୧୪ଶୀ ନିଶାନ୍ତ ୦୫.୪୭ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।
ପୁନର୍ବସୁ- ଭାତୃ ସଂପର୍କରେ ଉନ୍ନତି ଘଟିବ । ବ୍ୟବସାୟୀ ମାନେ ସାମାନ୍ୟ କ୍ଷତି ସହିବେ । ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ଅଚାନକ କୈାଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ ।
ପୁଷ୍ୟା- କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ । ମାନସିକ ସ୍ତରରେ ଉନ୍ନତି ଆସିବ । କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ନାନ ପାଇବେ । ପିଲାଙ୍କ ଉନ୍ନତ କାର୍ଯ୍ୟ କଳାପ ପାଇଁ ଗୌରବାନ୍ୱିତ ହୋଇପାରନ୍ତି ।
ଅଶ୍ଲେଷା- କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି ।
ପ୍ରତିକାର- ମା’ ଭୁବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨