ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୧୪ଶୀ ନିଶାନ୍ତ ୦୫.୪୭ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।
ଧନିଷ୍ଠା- ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ।
ଶତଭିଷା- ରାଜନୈତିକ କ୍ଷେତ୍ରରେ ଶତ୍ରୁ ମାନେ ବୃଦ୍ଧି ପାଇବେ । ଜୀବିକା ଅର୍ଜନରେ ସଫଳତା ଲାଭ ପାଇବେ । ଶିକ୍ଷାର୍ଥୀମାନେ ପରିଶ୍ରମ ମୁତାବକ ଫଳ ପାଇବେ । ପ୍ରଶାସନ କ୍ଷେତ୍ରରେ ଶୁଭ ଫଳ ପାଇବେ ।
ପୂ,ଭାଦ୍ରପଦ- ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । କର୍ମ ପାଇଁ ପ୍ରଶଂସିତ ହୋଇପାରନ୍ତି । ଛାତ୍ରଛାତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ ।
ପ୍ରତିକାର- ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮