ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ରାତ୍ରି ୦୧.୨୭ ଗତେ ସିଂହ,ତିଥ- ୧୨ଶୀ ନିଶାନ୍ତ ୦୪.୪୪ ଗତେ ୧୩ଶୀ । ଘାତଚନ୍ଦ୍ର- ରାତ୍ରି ୦୧.୨୭ ଗତେ କର୍କଟ ଓ ମକର ରାଶିର ତୁଳା ଓ କୁମ୍ଭ ରାଶିର ଘାତବାର- କର୍କଟ ଓ ମିଥୁନ ରାଶିର, ନିଶାନ୍ତ ୦୪.୪୪,ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ
ଅଶ୍ୱନୀ- ପାରିବାରିକ କ୍ଷେତ୍ରରେ ଆର୍ଥିକ ସଙ୍କଟ ଦୂରେଇଯିବା ଫଳରେ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଲାଗି ରହିବ ।
ଦ୍ୱିଜା - ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ବିବାହ ଆଦି ଶୁଭକର୍ମରେ ଯୋଗ ଦେଇ ପାରନ୍ତି । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ହେବା ଦରକାର
କୃତିକା- ରାଜନୀତି କ୍ଷେତ୍ରରେ କୈାଶଳପୂର୍ଣ୍ଣ କାର୍ଯ୍ୟ କରିବେ । ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ । ନୂଆ ଗୃହ ନିର୍ମାଣ କରିବାର ସୁଯୋଗ ଆସିପାରେ ।
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯