ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ରାତ୍ରି ୦୧.୨୭ ଗତେ ସିଂହ,ତିଥ- ୧୨ଶୀ ନିଶାନ୍ତ ୦୪.୪୪ ଗତେ ୧୩ଶୀ । ଘାତଚନ୍ଦ୍ର- ରାତ୍ରି ୦୧.୨୭ ଗତେ କର୍କଟ ଓ ମକର ରାଶିର ତୁଳା ଓ କୁମ୍ଭ ରାଶିର ଘାତବାର- କର୍କଟ ଓ ମିଥୁନ ରାଶିର, ନିଶାନ୍ତ ୦୪.୪୪,ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ
ମୃଗଶିରା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସି ହେବେ । ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର,ସମ୍ମାନ ଓ ପ୍ରଶଂସା ପାଇବେ ।
ଆଦ୍ରା- ରାଜନୈତିକ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସାଧାରଣ ଲୋକ ସମ୍ପର୍କ ବୃଦ୍ଧି ହେବା ଯୋଗେ ବିଜୟୀ ହେବେ । ମନୋରଞନ କାର୍ୟ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ ।
ପୁନର୍ବସୁ- ପୈତୃକ ସମ୍ପତି ପାଇଁ ଲାଗିରହିଥିବା ସମସ୍ୟାରୁ ମୁକ୍ତ ହେବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ସାମ୍ବାଦିକ ମାନେ ନିଜ କାର୍ୟ୍ୟରେ କୃତିତ୍ୱ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ ।
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫