ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର – ବିଛା ଦିବା ୦୩.୧୭ ଗତେ ଧନୁ । ତିଥି - ୧୨ଶୀ ଦିବା ୦୧.୧୮ ଗତେ ୧୩ଶୀ ଘାତ ଚନ୍ଦ୍ର – ଦିବା ୦୩.୧୭ ଗତେ ତୁଳା , କୁମ୍ଭ । ଘାତ ବାର- ତୁଳା , କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୧୮ ପର୍ଯ୍ୟନ୍ତ
ମୂଳା – ମାନସିକ ସ୍ଥିରତା ଦେଖାଦେବ । ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ । କାର୍ୟ୍ୟ କ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବା ସହ ସୁଖଶାନ୍ତି ବୃଦ୍ଧି ପାଇବ । ବ୍ୟବସାୟ ଓ ପେସାଦାର ମାନଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ପୂ , ଷାଢା – ଚାକିରି କ୍ଷେତ୍ରରେ ଭଲ କାମ କରି ପ୍ରଶଂସାର ପାତ୍ର ହେବେ । ରାଜନୀତି କ୍ଷେତ୍ରରେ ପ୍ରଚୁର ଖଟଣି ଖଟି ଖଟି ନିଜର ଭାବ ମୂର୍ତିକୁ ବଜାୟ ରଖିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ସହ ମନ ଖୁସି ରହିବ ।
ଉ , ଷାଢା – ଶତୃ ମାନଙ୍କ ଚକ୍ରାନ୍ତ ଓ କାର୍ଯ୍ୟ କଳାପ ଆପଣଙ୍କୁ ଦୁଃଖି କରିପାରେ । ବାଦବିବାଦ ସୃଷ୍ଟି ହୋଇ ପରେ ସମାଧାନ ହୋଇଯିବ । ମହିଳା ମାନଙ୍କୁ ନୂଆ ଚାକିରିର ସୁଯୋଗ ମିଳିବ ।
ପ୍ରତିକାର – ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩