• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th January 2023:ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ପଦୋନ୍ନୀତିର ଯୋଗ ରହିଛି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର – ବିଛା ଦିବା ୦୩.୧୭ ଗତେ ଧନୁ । ତିଥି - ୧୨ଶୀ ଦିବା ୦୧.୧୮ ଗତେ ୧୩ଶୀ ଘାତ ଚନ୍ଦ୍ର – ଦିବା ୦୩.୧୭ ଗତେ ତୁଳା , କୁମ୍ଭ । ଘାତ ବାର- ତୁଳା , କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୧୮ ପର୍ଯ୍ୟନ୍ତ

Libra

ତୁଳା

Thursday 19 Jan 2023

ଚିତ୍ରା – ଦୂରସ୍ଥାନକୁ ଯାତ୍ରାକରି ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ପାରବାରିକ ଜୀବନରେ ଆବଶ୍ୟକ ସ୍ଥଳେ ଛଳନାର ଆଶ୍ରୟ ନେଇ ,ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ । ଅନ୍ୟମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି କିନ୍ତୁ ଠିକ୍ ସିଦ୍ଧାନ୍ତ ଯୋଗୁ କାର୍ଯ୍ୟ ଉତମ ହେବ ।

ସ୍ୱାତୀ – ମନସ୍ତାପ ଭିତରେ ଚାକିରି କ୍ଷେତ୍ରରେ ସମ୍ମାନ ବଢିବ । ରାଜନିତିରେ ଶତ୍ରୁ ଓ ବିରୋଧି ମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ ।

ବିଶାଖା – ବିଦେଶ ଭ୍ରମଣର ଯୋଗ ରହିଛି । ସଞ୍ଚତ ଅର୍ଥ ବ୍ୟୟ ହୋଇପାରେ । ଭୂ-ସମ୍ପତିକୁ ନେଇ ଚିନ୍ତାରେ ରହିବେ । ମହିଳା ମାନେ ସମସ୍ତଙ୍କ ପ୍ରତି ବ୍ୟବହାର ଭଲ ରଖିବେ 

ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :