Advertisment

MS Dhoni In India Army: ଭାରତୀୟ ସେନାର କେଉଁ ପଦରେ ଅଛନ୍ତି ଧୋନି, ଜାଣନ୍ତୁ କେତେ ମିଳେ ଦରମା ?

ଆପଣ ଜାଣନ୍ତି କି, ଭାରତୀୟ ସେନାର କେଉଁ ପଦବୀରେ ଅଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନି ? ଏଥିପାଇଁ ତାଙ୍କୁ କେତେ ଟଙ୍କା ଦରମା ମିଳେ ?

author-image
Namita Biswal
ଅଦ୍ୟତନ ହୋଇଛି
MS Dhoni

MS Dhoni

ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ସ୍ଥିତି ଉପୁଜିବା ପରେ କାଲି ସନ୍ଧ୍ୟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଉଭୟ ପଟୁ ଜଳ, ସ୍ଥଳ, ଆକାଶ ମାର୍ଗରୁ କୌଣସି ଆକ୍ରମଣ ନକରିବାକୁ ସହମତି ହୋଇଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିବା ଦେଖି ଦୁଇ ଦିନ ତଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଟେରିଟୋରିଆଲ ଆର୍ମିକୁ ରେଗୁଲାର ଆର୍ମିର ସହାୟତା ପାଇଁ ଡକାଇବାକୁ ନିଷ୍ପତ୍ତି ନେଇଥିଲା । ଏହି ସମୟରେ ଚର୍ଚ୍ଚାକୁ ଆସିଥିଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି  । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇସାରିଥିବା ଧୋନି ଏବେ ଭାରତୀୟ ସେନା ସହ ଯୋଡି ହୋଇରହିଛନ୍ତି ।

Advertisment

ଆପଣ ଜାଣନ୍ତି କି, ସେନାର କେଉଁ ପଦବୀରେ ଅଛନ୍ତି ଧୋନି ?
ଏମ୍‌ଏସ୍‌ ଧୋନି ଆଞ୍ଚଳିକ ସେନା ବା ଟେରିଟୋରିଆଲ ଆର୍ମିରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ (Honorary Lieutenant) ଏବଂ ସେ ସେନାର ଟ୍ରେନିଂ ମଧ୍ୟ ପୁରା କରିଛନ୍ତି । ୨୦୧୧ରେ ଧୋନୀ ଟେରିଟୋରିଆଲ ଆର୍ମିରେ ଯୋଗ ଦେଇଥିଲେ । ୨୦୧୫ରେ ପାରା ଫୋର୍ସେସ୍ ସହ ବେସିକ୍ ଟ୍ରେନିଂ ଏବଂ ପାରାଚୁଟରୁ ଡେଇଁବାର ସ୍ପେଶାଲ ଟ୍ରେନିଂ ନେଇଥିଲେ । ଏହାପରେ ଧୋନିଙ୍କୁ ପାରା ରେଜିମେଣ୍ଟରେ ସାମିଲ୍ କରାଯାଇଥିଲା ।

ଟେରିଟୋରିଆଲ ଆର୍ମି କ'ଣ ?

ଟେରିଟୋରିଆଲ ଆର୍ମି ହେଉଛି ଭାରତୀୟ ସେନାର ଏକ ଅଂଶ । ଏହା ଏକ ରିଜର୍ଭ ସୈନ୍ୟବଳ, ଯାହା ଯୁଦ୍ଧ କିମ୍ବା ଜରୁରୀ ପରିସ୍ଥିତିରେ ରେଗୁଲାର ଆର୍ମିର ସହାୟତା କରିଥାଏ । ଏହି ଆର୍ମି ସ୍ୱେଚ୍ଛାକୃତ ହୋଇଥାଏ ଏବଂ ଏଥିରେ ସାମିଲ ଲୋକଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯାଇଥାଏ । 

Advertisment

ଯଦି ଭାରତୀୟ ସେନାରେ ଧୋନିଙ୍କ ଦରମା କଥା କହିବା, ତେବେ ମିଡିଆ ରିପୋର୍ଟ ଅନୁସାରେ, ଲେଫ୍ଟନାଣ୍ଟ କର୍ଣ୍ଣେଲର ଦରମା ସାଧାରଣତଃ ୧ ଲକ୍ଷ ୨୧ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ୧୨ ହଜାର ଟଙ୍କା ଯାଏ ହୋଇଥାଏ । ତେବେ ଧୋନୀଙ୍କ ଦରମା ସମ୍ପର୍କରେ କୌଣସି ଅଫିସିଆଲ ସୂଚନା ଉପଲବ୍ଧ ନାହିଁ । 

ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’

MS Dhoni Indian Army India Pakistan War Territorial Army Recruitment 2022
Advertisment
Advertisment