Advertisment

PM Shahbaz Sharif: ମୁହଁ ଫୁଟାଣି ଦେଖାଇଲେ ଶେହବାଜ ସରିଫ୍, ଭାରତକୁ ଦେଲେ ଏମିତି ଫମ୍ପା ଧମକ

ଭାରତର ପ୍ରଚଣ୍ଡ ପ୍ରହାରରେ ଆକ୍ତାମାକ୍ତା ପାକିସ୍ତାନ । ଡାହା ମିଛର ସାହାରା ନେଲେ ଶେହବାଜ ସରିଫ । ମୁହଁ ଫୁଟାଣି ଦେଖାଇ କଲେ ମିଛ ପ୍ରଚାର । ଭାରତ ଆରମ୍ଭ କରିଥିବା ଯୁଦ୍ଧର ଆମେ ଅନ୍ତ ଘଟାଇବୁ ବୋଲି କହି ନିଜ ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କଲେ ସରିଫ୍‌।

author-image
Namita Biswal
Shahbaz Sharif

Shahbaz Sharif

ଭାଙ୍ଗିଯାଇଛି ପାକିସ୍ତାନର ଦମ୍ଭ । ଭାରତର ମାଡ଼ରେ ଘାଇଲା ହୋଇଥିବାବେଳେ ନିଜ ଦେଶରୁ ବି ଜୋରଦାର ବିରୋଧ । ଦେଶବାସୀ, ସେନା ଓ ସମସ୍ତଙ୍କୁ ଖୁସି କରିବାକୁ କହୁଛି ଶସ୍ତା କଥା । ପାକିସ୍ତାନ ନିଜ ଔକାତକୁ ଆସିଛି । ଦେଖାଇଛି ନିଜ ଅସଲ ଚେହେରା । ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ୩ ଘଣ୍ଟା ନ ବିତୁଣୁ ଡ୍ରୋନ ପଠାଇ ଗୁଳିଗୋଳା ବର୍ଷା କରିଥିଲା । ତାକୁ ମାରି ଖସାଇ ଦେଇଥିଲା ଭାରତ । ପାକିସ୍ତାନ ଘୋର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା କହିଥିଲା ବୈଦେଶିକ ମନ୍ତ୍ରଣାଳୟ ।

Advertisment

ଏହାପରେ ପାକିସ୍ତାନ ମିଡିଆକୁ ଆସି ନିଜ ବିଫଳତା ଓ ଦୁର୍ବଳତାକୁ ଲୁଚାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଦେଖାଛନ୍ତି ମୁହଁ ଫୁଟାଣି । ମନଗଢ଼ା କାହାଣୀ କହି ନିଜ ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି । କର୍ପୁର ଉଡି କେବଳ କନା ପଡିଥିବା ଭଳି ଅବସ୍ଥା ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରୁନି ମୁହଁତୋଡ । ଭାରତ ବିରୋଧରେ କରିଛନ୍ତି ମିଛ ପ୍ରଚାର । ନିର୍ଲଜଙ୍କ ପରି ପାକିସ୍ତାନ ଐତିହାସିକ ବିଜୟ ହାସଲ କରିଥିବା କହିଛନ୍ତି । ପାକିସ୍ତାନ ଉପରେ ଭାରତ ପ୍ରଥମେ ଆକ୍ରମଣ କରିଥିବା କହି ଖେଳିଛନ୍ତି ଭିକ୍ଟିମ କାର୍ଡ । ପରୋକ୍ଷରେ ଭାରତକୁ ଦେଇଛନ୍ତି ଫମ୍ପା ଚେତାବନୀ । ଭାରତ ଆରମ୍ଭ କରିଥିବା ଯୁଦ୍ଧର ଆମେ ଅନ୍ତ ଘଟାଇବୁ ବୋଲି କହି ନିଜ ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ।

ଅଧିକ ପଢ଼ନ୍ତୁ: 'ଯଦି ବ୍ରହ୍ମୋସ୍‌ର ପାୱାର ନ ଦେଖିଛ, ପାକିସ୍ତାନକୁ ପଚାର'

ତାଙ୍କର ଏହି ବୟାନ ସେତେବେଳେ ଆସିଥିଲା ଯେତେବେଳ ଚୀନ୍‌ କହିଥିଲା ଆମେ ପାକିସ୍ତାନ ସହ ବନ୍ଧୁ ଭାବେ ଛିଡା ହେବୁ । କିଛି ଘଣ୍ଟା ପୂର୍ବରୁ ଆମେରିକାକୁ ଅସ୍ତ୍ରବିରତି ପାଇଁ କାକୁତି ମନତି ହୋଇଥିବା ପାକିସ୍ତାନ ଚାଇନାର ଏହି ଦି' ପଦ କଥାରେ ପଡି ଅସ୍ତ୍ରବିରତିକୁ ଭୁଲିଗଲା । ଭାରତ ଉପରେ ଆରମ୍ଭ କରିଦେଲା ଡ୍ରୋନ ହମ୍‌ଲା । ପାକିସ୍ତାନରେ ସେନା କଥାରେ ସବୁ ଆତଯାତ ହୁଅନ୍ତି । ନିର୍ବାଚିତ ସରକାର କେବଳ ରବର ଷ୍ଟାମ୍ପ । ସେଠି ଶହବାଜ କ’ଣ ବା ଆଉ କରିବେ । ସେନାକୁ ଖୁସ କରିବାକୁ, ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ଭାରତ ବିରରୋଧରେ ଏଭଳି ମନଗଢ଼ା କାହାଣୀ, ମିଛ ଅଭିଯୋଗ ଓ ଶସ୍ତା କଥା କହିଛନ୍ତି ।  

Advertisment

ପାକିସ୍ତାନ ରକ୍ତରେ ମିଛ, ଧୋକା ହିଁ ଅଛି । ପଡୋଶୀ ସହ କେମିତି ସମ୍ପର୍କ ରଖାଯାଏ ତାହା ତାକୁ ଜଣାନାହିଁ । କଥା କହେ ଗୋଟେ କିନ୍ତୁ କାମ କରେ ତା’ର ଓଲଟା । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଅନେକ ଘଟଣାରେ ଦୋମୁହାଁ ପାକିସ୍ତାନର କଥା ସାରା ବିଶ୍ୱ ଜାଣିଛି । କେତେ ତଳକୁ ଖସି କିଭଳି ମିଛ କହିପାରେ, ପହଲଗାମ ହମଲା ପରଠାରୁ ଗୋଟାଏ ପରେ ଗୋଟାଏ ପୋଲ୍‌ ଖୋଲିଛି ଭାରତ। ଧୋକାବାଜ ଠାରୁ ଆଉ କ’ଣ ବା ଆଶା କରାଯାଏ ।

ଅଧିକ ପଢ଼ନ୍ତୁ: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ସୀମାରେ ଡ୍ରୋନ୍, ଗୁଳିବର୍ଷଣ କଲା

ବ୍ୟୁରୋ ରିପୋର୍ଟ ଓଟିଭି 

Pakistan Indian Army India Pakistan War Pakistan PM Shehbaz Sharif
Advertisment
Advertisment