ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର ।ଚନ୍ଦ୍ର – ମକର ରାତ୍ରି ୦୧.୧୪ ଗତେ କୁମ୍ଭ,ତିଥି – ୧୪ଶୀ ଦିବା ୦୪.୧୮ ଗତେ ଅମାବାସ୍ୟା। ଘାତ ଚନ୍ଦ୍ର – ସିଂହ ରାତ୍ରି ୦୧.୧୪ ଗତେ ମିଥୁନ ଓ ମୀନ । ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ
ପୁନର୍ବସୁ- ଆଧାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇ ପାରନ୍ତି । ନୂତନ ବନ୍ଧୁଙ୍କ ଭେଟ ହେବା ଫଳରେ ଅଟକି ଯାଇଥିବା କାମକୁ ସମ୍ପୂର୍ଣ୍ଣ କରିବେ । ପରିବାରରେ ଅଯଥା ଝଗଡା ବଢିଯିବା ଫଳରେ ନିଜେ ଲଜ୍ଜିତ ହେବ ।
ପୁଷ୍ୟା- ରାସ୍ତା ଘାଟରେ ସତର୍କ ହୋଇ ଚଳିବା ଉଚିତ୍ । ଛାତ୍ରଛାତ୍ରି ମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ । କାରବାର ଓ କାର୍ୟ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ରାଜନୀତି କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ମା କରିପାରିବେ ନାହିଁ ।
ଅଶ୍ଳେଷା- କଳା, ସାହିତ୍ୟ , ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଧାର୍ମିକ କାର୍ୟ୍ୟ ପ୍ରତି ଆଗ୍ରହି ହେବେ । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ ।
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨