• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th March 2024: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର- ବୃଷ ରାତ୍ରି ୦୪.୨୧ ଗତେ ମିଥୁନ,ତିôଥ- ୭ମୀ ରାତ୍ରି ୦୯.୩୮ ଗତେ ୮ମୀ,ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୪.୨୧ ଗତେ କନ୍ୟା ରାଶିର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୩୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

Leo

ସିଂହ

Saturday 16 Mar 2024

ମଘା- ପାରିବାରିକ ସ୍ଥିତି, ଲୋକ ସମ୍ପର୍କ, ସଭାସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ପରସ୍ପରକୁ ଭଲ ଭାବରେ ବୁଝିବା ଆରମ୍ଭ କରିବେ

ପୂ,ଫାଲଗୁନି- ଭୁଲ୍ ନିଷ୍ପତ୍ତି ଗ୍ରହଣ କରି କିମ୍ବା ପରକଥାରେ ପଡ଼ି ଭୁଲ୍ ମାର୍ଗର ଅନୁସରଣ କରିବେ । ଅର୍ଥ ସମ୍ପର୍କିତ ଆଲୋଚନାରେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି

ଉ,ଫାଲଗୁନି- ପରିସ୍ଥିତିବଶତଃ ଅନ୍ୟମାନଙ୍କୁ ବିଶ୍ୱାସକରି ପ୍ରତାରିତ ହୋଇପାରନ୍ତି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି । ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ

ପ୍ରତିକାର- ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :