ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର- ବୃଷ ରାତ୍ରି ୦୪.୨୧ ଗତେ ମିଥୁନ,ତିôଥ- ୭ମୀ ରାତ୍ରି ୦୯.୩୮ ଗତେ ୮ମୀ,ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୪.୨୧ ଗତେ କନ୍ୟା ରାଶିର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୩୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
ମୃଗଶିରା- ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ
ଆଦ୍ରା- ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ
ପୁନର୍ବସୁ- ବହୁ ଦିନର ଆଶା ପୂରଣ କାରଣରୁ ମନ ଉତ୍ଫୁଲ୍ଲିତ ରହିବ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବାଦରୁ ମୁକ୍ତି ମିଳିବ । ନିଜକୁ ଧର୍ମକାର୍ୟ୍ୟରେ ନିୟୋଜିତ କରିପାରନ୍ତି
ପ୍ରତିକାର- ଶ୍ରୀ ରାମଙ୍କ ରକ୍ଷା ସ୍ତୋତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫