ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର- ବୃଷ ରାତ୍ରି ୦୪.୨୧ ଗତେ ମିଥୁନ,ତିôଥ- ୭ମୀ ରାତ୍ରି ୦୯.୩୮ ଗତେ ୮ମୀ,ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୪.୨୧ ଗତେ କନ୍ୟା ରାଶିର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୩୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
କୃତିକା- ପ୍ରେମ ବଢ଼ିବା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ସୃଷ୍ଟି ହେବ । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ
ରୋହିଣୀ- ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ଖୁସି ହେବେ । ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ। ସଭାସମିତିରେ ଯୋଗ ଦେଇ ଲାଭବାନ ହେବେ ଓ ସମ୍ମାନ,ପ୍ରତିଷ୍ଠା ପାଇବେ
ମୃଗଶିରା- ପ୍ରଶାସନିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବ । ଗୃହ ନିର୍ମାଣ, ଯାନ ମରାମତିରୁ ଖୁସି ରହିବେ । କାର୍ୟ୍ୟକୁଶଳତା ହେତୁ ମାନସିକ ସ୍ଥିତି ଭଲ ରହିବ । ମନ କଥା ମନରେ ରଖି କାମ ହାସଲ କରିବେ।
ପ୍ରତିକାର- ମାଛକୁ ମଇଦା ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬