• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th September 2024: ଆଜି ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ହେବ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୮.୪୧ ଗତେ ୧୨ଶୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ବିଛା, ସିଂହ ଓ କନ୍ୟା ।

Cancer

କର୍କଟ

Saturday 14 Sep 2024

ପୁନର୍ବସୁ- ଯାନବାହନରୁ ପତନର ଯୋଗ ରହିଅଛି । ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ । ଜୀବନସାଥୀଙ୍କ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖା ଦେଇପାରେ ।  ପରିବାରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ ।

ପୁଷ୍ୟା- ସମ୍ପତି ବାଡିକୁ ନେଇ ସାମାନ୍ୟ ଚିନ୍ତା ଦେଖାଦେଇପାରେ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ  ଭେଟ ହେବା ଫଳରେ ଧର୍ମ କାର‌୍ୟ୍ୟରେ ନିୟୋଜିତ ହୋଇପାରନ୍ତି ।

ଅଶ୍ଳେଷା- ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଧର୍ଯ୍ୟର ସହିତ ସବୁ କାର‌୍ୟ୍ୟକୁ ସମାଧାନ କରିପାରିବେ । ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରି ପାରନ୍ତି । ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସଂପର୍କ ସ୍ଥାପନ ହେବ ।

ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର- ମା ଭୁବନେଶୂରୀଙ୍କର ପୂଜାର୍ଚ୍ଚନା ସହିତ ମନ୍ତ୍ର ପାଠ କରନ୍ତୁ