• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th September 2024: ଆଜି ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ହେବ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୮.୪୧ ଗତେ ୧୨ଶୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ବିଛା, ସିଂହ ଓ କନ୍ୟା ।

Aries

ମେଷ

Saturday 14 Sep 2024

ଅଶ୍ୱନୀ- ଅର୍ଥ ଆୟ କରିବା ସହିତ ମାନସମ୍ମାନ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଘଟଣା ଗୁଡିକ ଅସ୍ୱାଭାବିକ ଭାବେ ଚିନ୍ତା କରିବେ । ଅପୂରଣୀୟ ଅଭିଳାଶ ନେଇ ଦୁଃଖ ଅନୁଭବ କରିବେ । ଶୁଣା କଥାକୁ ବିଶ୍ୱାସ କରିଲେ ଅସୁବିଧାରେ ପଡିପାରନ୍ତି ।

ଦ୍ୱିଜା-ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ ।

କୃତିକା-ମହିଳା ମାନେ ଅନ୍ୟକୁ ସାହାର‌୍ୟ୍ୟ କରିବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ ।  ଯାନବାହନ, ସଭସମିତି, ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।

ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ