• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th July 2023: ଅଫିସ୍ କାମରେ ଟେନସନ୍ ବଢ଼ିବ

ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର; ତିଥି – ୧୨ଶୀ ସନ୍ଧ୍ୟା ୦୭.୧୭ ଗତେ ୧୩ଶୀ, ଘାତ ଚନ୍ଦ୍ର– ବିଛା ଅହୋରାତ୍ର, ଘାତ ବାର– ବିଛା, ଧନୁ ଓ ମୀନ

Capricorn

ମକର

Friday 14 Jul 2023

ଉ, ଷାଢା- ଦିଗରୁ ଦିନଟି ଭଲ ମନେହେଲେ ମଧ୍ୟ ଆପଣଙ୍କ ଉପଭୋଗ୍ୟ ହୋଇପାରିବ ନାହିଁ । ବହୁତ ଦିନର ଅପୂରଣୀୟ ଆଶା ମନରେ ଅନାଗତ ଭୟ ଓ ଆଶଙ୍କା ସୃଷ୍ଟି କରିପାରେ। ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ।

ଶ୍ରବଣା- ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟିକୋଣ ବଦଳି ଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବା ପରି ଆଶଙ୍କା ଦେଖାଦେବ।

ଧନିଷ୍ଠା- କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । କର୍ମକ୍ଷେତ୍ରରୁ ଫେରିବା ସମୟରେ ମୂଲ୍ୟବାନ୍ ଦ୍ରବ୍ୟ ଆଣିପାରନ୍ତି।

ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :