/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747047821.jpg)
Lightning Strike
ଏମିତି ବି ଆସେ ମୃତ୍ୟୁ... ଖରାବେଳେ ବିଲରେ ମଇଁଷି ଚରାଉଥିଲେ ଅଜା-ନାତି । ହଠାତ୍ କୁଆଡୁ ମାଡି ଆସିଲା କଳାହାଣ୍ଡିଆ ମେଘ ପବନ । ଆକାଶରୁ ଖସିଲା ମୃତ୍ୟୁ । ଏକାସାଙ୍ଗେ ଚାଲିଗଲା ଅଜା ଓ ନାତିଙ୍କ ଜୀବନ । ଆଜି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗାଁରେ ଏଭଳି ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ମୃତକମାନେ ହେଲେ ଏମ ସାକିଲି କନିଆରି ଏବଂ ଏମ ଭୁବେସୁ କନିଆରି । ବଜ୍ରାଘାତରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଅଧିକ ପଢ଼ନ୍ତୁ: ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ଦୋକାନ
ସୂଚନା ମୁତାବକ, ଆଜି ସକାଳେ ନାରାୟଣପୁର ଗାଁର ସମ୍ପର୍କୀୟ ଅଜା ଏମ ସାକିଲି କନିଆରି ଏବଂ ନାତି ଏମ ଭୁବେସୁ କନିଆରି ଗାଁ ନିକଟରେ ମଇଁଷି ଚରାଇବାକୁ ଯାଇଥିଲେ । ଅପରାହ୍ନରେ ହଠାତ୍ ମେଘ ପବନ ମାଡି ଆସିଥିଲା । ବିଜୁଳି ଘଡଘଡି ସହ ଆରମ୍ଭ ହୋଇଯାଇଥିଲା ବର୍ଷା । ବର୍ଷାରୁ ରକ୍ଷା ପାଇଁ ଦୁହେଁ ପାଖରେ ଥିବା ଏକ ଗଛମୂଳରେ ଆଶ୍ରୟ ନେଇଥିଲେ ।
ଏତିକି ବେଳେ ସେଠାରେ ବଜ୍ରପାତ ହୋଇଥିଲା । ଏଥିରେ ଅଜା, ନାତି ଦୁହେଁ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପାତ୍ରପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)