/odishatv-khabar/media/post_attachments/uploadimage/library/16_9/16_9_0/DGMO_1747047192.jpg)
DGMO
ଭାରତ-ପାକିସ୍ତାନ ଯୁଦ୍ଧ ନେଇ ତିନି ସେନାଙ୍କ ମିଳିତ ପ୍ରେସମିଟ୍ ହୋଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ DGMO ବଡ଼ ସୂଚନା ଦେଇଛନ୍ତି । ଅପରେସନ 'ସିନ୍ଦୂର' ନେଇ ଏହା ହେଉଛି ଦ୍ବିତୀୟ ବ୍ରିଫିଂ । ସନ୍ଧ୍ୟାରେ ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା ହେବାକୁ ଥିବାବେଳେ ଏହା ପୂର୍ବରୁ ପ୍ରେସ ବ୍ରିଫିଂ କରାଯାଇଛି । ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, "ଆମର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ । ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା ଓ ଆମ ସାଙ୍ଗରେ ଲଢ଼େଇ ପାଇଁ ଆଗେଇ ଆସିଲା ।" ବାୟୁସେନା କିପରି ପାକିସ୍ତାନ ଏୟାର ବେସ୍ ଟାର୍ଗେଟ୍ କଲା, ତାହା ଦେଖାଇବା ସହ ବିସ୍ତୃତ ତଥ୍ୟ ରଖିଲେ ଏୟାର ମାର୍ଶଲ ଏକେ ଭାରତୀ । ଏହାସହ ପ୍ରେସ ବ୍ରିଫିଂ ସମୟରେ ଶତ୍ରୁ ଦେଶର ମିସାଇଲର ଭଗ୍ନାବଶେଷ ମଧ୍ୟ ଦେଖାଇଛନ୍ତି ।
ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, "ଆମର ଚାରି ସ୍ତରର ସୁରକ୍ଷା କବଚ ରହିଛି, ଯାହାକି ପାକିସ୍ତାନ ପାଖରେ ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଞ୍ଚି ପାରି ନାହାନ୍ତି । ମୁଁ ସ୍ପଷ୍ଟ ଭାବେ କହିରଖୁଛି, ଆମର ସମସ୍ତ ସିଷ୍ଟମ କାର୍ଯ୍ୟକ୍ଷମ ରହିଛି । ସବୁ ଦିଗରୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ଯଦି ସେପରି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ମୁକାବିଲା କରିବୁ । ଯଦି ଆଗକୁ କେବେ ଲଢ଼େଇ ହେବ ତାହା ପୂରା ଅଲଗା ଧରଣର ହେବ । ମୁକାବିଲା ଆମେ ସମସ୍ତ ପ୍ରକାର କୌଶଳ ଆପଣାଉଛୁ । ଭଗବାନ କରନ୍ତୁ ଲଢ଼େଇ ନହେଉ, ଯଦି ହୁଏ ପୂରା ଅଲଗା ଧରଣର ହେବ ।"
ସୂଚନା ଯୋଗ୍ୟ, ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନର ବ୍ୟାପକ କ୍ଷତି ହେଲାଣି । ଭାରତର ହମଲାରେ ପାକିସ୍ତାନର ସାମରିକ ଘାଟି ମଧ୍ୟ ଧ୍ୱଂସ ହୋଇଯାଇଛି । ଆଗକୁ ଯଦି ଲଢେଇ ଜୋରଦାର ହୁଏ, ତେବେ ଭାରତ ପୂରା ପ୍ରସ୍ତୁତ ଥିବା କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ଏହା ସହ ପାକିସ୍ତାନ ପକ୍ଷରେ ଭାରତର ସୁରକ୍ଷା ଭେଦ କରିବା ମୁସ୍କିଲ ବୋଲି କହି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେପଟେ ବସିବାକୁ ଥିବା ଭାରତ-ପାକିସ୍ତାନ DGMO ସ୍ତରୀୟ ବୈଠକ ବହୁ ଗୁରୁତ୍ବ ବହନ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)