• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th May 2024: ଏହି ରାଶିର ବ୍ୟକ୍ତିଙ୍କର କାମ ଚାପରେ ବ୍ୟସ୍ତତା ବଢ଼ିଯାଇପାରେ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର ଚନ୍ଦ୍ର- ମିଥୁନ ନିଶାନ୍ତ ୦୫.୦୫ ଗତେ କର୍କଟ ତିଥି- ୫ମୀ ରାତ୍ରି ୦୨.୦୪ ଗତେ ୬ଷ୍ଠୀ ଘାତଚନ୍ଦ୍ର- କନ୍ୟା ରାଶିର ନିଶାନ୍ତ ୦୫.୦୫ ପର୍ଯ୍ୟନ୍ତ ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷୀହାନି-ଭୂମିଦାନ ଦିବା ୧୦.୨୭ ଗତେ ୦୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

Virgo

କନ୍ୟା

Sunday 12 May 2024

ଉ- ଫାଲ୍‌ଗୁନୀ- ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ କଳା ସାହିତ୍ୟ,ଆଲୋଚନା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ପାରିବାରିକ ସ୍ତରରେ ଭୁଲ୍ ବୁଝାମଣାଜନିତ ଅଶାନ୍ତି ଦେଖାଦେବ ।
ହସ୍ତା- ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଦ୍ୟାର୍ଥୀ ମାନେ  ଶିକ୍ଷାରେ ସଫଳତା ଲାଭ କରିବେ । ପରିବାରର ଅଭିଯୋଗ ପ୍ରତି ଧ୍ୟାନ ନ ଦେବା ମନାନ୍ତର ବୃଦ୍ଧି କରିପାରେ । 
ଚିତ୍ରା- ପୂର୍ବ ବିବାଦକୁ ନେଇ କଚେରି ମାମଲା ଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଭଲ ନଥିବା ଅନୁତାପ କରିପାରନ୍ତି ।
ପ୍ରତିକାର -  ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :