• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th May 2024: ଏହି ରାଶିର ବ୍ୟକ୍ତିଙ୍କର କାମ ଚାପରେ ବ୍ୟସ୍ତତା ବଢ଼ିଯାଇପାରେ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର ଚନ୍ଦ୍ର- ମିଥୁନ ନିଶାନ୍ତ ୦୫.୦୫ ଗତେ କର୍କଟ ତିଥି- ୫ମୀ ରାତ୍ରି ୦୨.୦୪ ଗତେ ୬ଷ୍ଠୀ ଘାତଚନ୍ଦ୍ର- କନ୍ୟା ରାଶିର ନିଶାନ୍ତ ୦୫.୦୫ ପର୍ଯ୍ୟନ୍ତ ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷୀହାନି-ଭୂମିଦାନ ଦିବା ୧୦.୨୭ ଗତେ ୦୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

Cancer

କର୍କଟ

Sunday 12 May 2024

ପୁନର୍ବସୁ- ବନ୍ଧୁମାନଙ୍କ ସାହାଯ୍ୟରେ ଆପୋଷ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ । ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ । କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ ।
ପୁଷ୍ୟା- ବିବାଦୀୟ ଘଟଣାରେ କାହା କଥା ନ ଶୁଣି ଠିକ୍ ବିଚାର କରନ୍ତୁ । ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ । ପାଖରେ ଥିବା ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି । 
ଅଶ୍ଳେଷା- ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରି ପାରନ୍ତି । ମୋଟା ଅଙ୍କର ଅର୍ଥ ସଂଗ୍ରହ ସକାଶେ ସରକାରୀ ସ୍ତରରୁ ଋଣ କରିପାରନ୍ତି । ଜମିଜମା କାରବାର, ନିର୍ମାଣାଧୀନ କାର୍ଯ୍ୟ, ବାଣିଜ୍ୟ ଓ ଆନୁଷ୍ଠାନିକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।
ପ୍ରତିକାର – ମା  ଭୂବନେଶ୍ୱରୀଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :