ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର – ବିଛା ଅହୋରାତ୍ର ,ତିଥି – ୪ର୍ଥୀ ଦିବା ୦୮.୩୭ ଗତେ ୫ମୀ ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି
ବିଶାଖା- ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଟେନ୍ସନ ବଢ଼ିବ। ପରିବାରର ସହଯୋଗରେ ହାତକୁ ନେଇଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ
ଅନୁରାଧା- ବ୍ୟବସାୟ ଓ ନିର୍ମାଣ, ପରିବହନରେ ସଫଳତା ହାସଲ କରିବେ । ସାମାଜିକ ସ୍ତରରେ ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡ଼ା ହୋଇପାରେ। ଆକସ୍ମିକ ଭାବରେ ଆହୂତ ହୋଇ ଦୂରଯାତ୍ରା ପାଇଁ ସଜବାଜ ହୋଇପାରନ୍ତି।
ଜ୍ୟୋଷ୍ଠା- ପଡ଼ୋଶୀଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ଅଳଙ୍କାର କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି
ପ୍ରତିକାର – ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯