• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th April 2023: ଏହି ରାଶିର ବ୍ୟକ୍ତି ଆଜି କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇବେ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର – ବିଛା ଅହୋରାତ୍ର ,ତିଥି – ୪ର୍ଥୀ ଦିବା ୦୮.୩୭ ଗତେ ୫ମୀ ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି

Virgo

କନ୍ୟା

Monday 10 Apr 2023

ଉ- ଫାଲ୍‌ଗୁନୀ- କର୍ମକ୍ଷେତ୍ରରେ ବିଶେଷ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ମାନସିକ ଅସ୍ଥିରତାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅସାବଧାନତା କାରଣରୁ ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢ଼ିଯିବ

ହସ୍ତା- ନିକଟ ସଂପର୍କୀୟଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତବୋଧ କରିବେ। କୌଣସି ଏକ ସାଧାରଣ କଥାର ଆଲୋଚନା ଭିତରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବନାହିଁ

ଚିତ୍ରା- ସାମାଜିକ ସ୍ତରରେ ଉପଯୁକ୍ତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଆଣ୍ଠୁଗଣ୍ଠି ବାତ, ଗ୍ୟାଷ୍ଟ୍ରିକ, ବମନ ଜନିତ ରୋଗରେ କଷ୍ଟ ପାଇପାରନ୍ତି। ଆକସ୍ମିକ ଭାବରେ ଘରକୁ ବନ୍ଧୁ କେହି ଆସିପାରନ୍ତି

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :