• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Puri

Weather
ବର୍ଷା ଆଣିଲା ଆଶ୍ୱସ୍ତି; କମିଲା ତାତି, କିଛି ଜିଲ୍ଲାରେ କୁଆପଥର ମାଡ଼

୨୧ଦିନପରେ ବଦଳିଲା ପାଗ । ଅସହ୍ୟ ଖରା ଓ ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହେଉଛି ।

Violence During Nomination
ଉମା-ସୁଜିତ ମୁହାଁମୁହିଁ, ନାମାଙ୍କନ ଦାଖଲ ବେଳେ ୨ ନେତା ଓ ସମର୍ଥକ ହାତାହାତି

ଉମା କଂଗ୍ରେସରୁ ଓ ସୁଜିତ ସ୍ୱାଧୀନ ଭାବେ ନୋମିନେସନ୍ କରିବାକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା, ମୁଥ ମରା ମରି ପରିସ୍ଥିତି ସୃଷ୍ଟି ହୋଇଥିଲା।

Attack on Congress Candidate
ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ, ମୁଣ୍ଡ ଓ ମୁହଁରେ ଲାଗିଛି ଆଘାତ

ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଛି।

Congress
ହାତକୁ ଶନିଦଶା: ଟିକଟ ଦେଉଛି, ପୁଣି ନେଉଛି ? ଦଳରେ ଚାଲିଛି କଣ ?

ରାଜ୍ୟ କଂଗ୍ରେସରେ ଚାଲିଛି କଣ ? କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?

Congress
ପୁରୀରେ ଉମାଙ୍କୁ ମିଳିଲା ଟିକେଟ୍‌, କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ ସୁଜିତଙ୍କ ସମର୍ଥକ

ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍‌ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଛନ୍ତି ସୁଜିତଙ୍କ ସମର୍ଥକ ।

Congress Politics
ବରୀରୁ କଂଗ୍ରେସ ପ୍ରାର୍ଥୀ ହେଲେ ଦେବାଶିଷ, ପୁରୀରୁ ଉମାବହ୍ଲବ...

ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ।

Puri candidate
ପୁରୀ ସଂସଦୀୟ କ୍ଷେତ୍ର ପାଇଁ ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ପ୍ରାର୍ଥୀ

ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି।

Sucharita Mohanty
ପ୍ରଚାର ପାଇଁ ଟଙ୍କା ଦେଲାନି କଂଗ୍ରେସ, ଟିକେଟ ଫେରାଇଦେଲେ ପୁରୀ ସାଂସଦ ପ୍ରାର୍ଥୀ

ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀରେ ହେବ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରହିଛି। ଏହି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା।

Monkey
ସୋସିଆଲ ମିଡ଼ିଆ ପାଇଁ ଫେରିଲା ଛୁଆ; ମାଙ୍କଡ ହେଲେ ବି ବୁଝିଛି ସମ୍ପର୍କ..ଦେଖନ୍ତୁ ଭିଡିଓ..

ଛୁଆକୁ କୋଳରେ ପାଇ ଗେଲ କରୁଛି, ଚାଟି ପକାଉଛି। କାଳେ କିଏ ପୁଣି ତା ଛୁଆକୁ ତା ଠୁ ଅଲଗା କରିଦେବ, ସେଇଥିପାଇଁ ସତର୍କ ଦୃଷ୍ଟିରେ ଚାରି ଆଡକୁ ଅନାଉଛି।

Puri Cinema Hall
ପୁରୀରେ ପଡ଼ିଥିଲା ମୂଳ ଦୂଆ, ଏବେ ଗୋଟିଏ ବି ସିନେମା ହଲ ନାହିଁ...

ଲକ୍ଷ୍ମୀ ଟକିଜିର ମାଲିକ କହିଛନ୍ତି ସରକାର ଯଦି ସହଯୋଗ ଯୋଗାଇଦେବେ ତେବେ ପୁଣି ଫିଲ୍ମ ହଲ କରିବା ପାଇଁ ଆମେ ପ୍ରସ୍ତୁତ । ଏପଟେ ଆଦର୍ଶ ଆଚରଣ ବିଧି ହଟିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

Srimandir
ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ମଧ୍ୟାହ୍ନ ଧୂପ ପରେ ରାତିରେ ହେବ ନୀତି

ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ ।

Odisha Politics
ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ଦୁଇ ଅସନ୍ତୁଷ୍ଟ ନେତା

ପୂର୍ବରୁ 2009 ଓ 2019ରେ ମଧ୍ୟ ବିଜେଡି ଟିକେଟରୁ ଜିତିଥିଲେ। ହେଲେ ଏଥର ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।

BJP-BJD
BJP-BJDର ହୋହଲ୍ଲା, ସମର୍ଥକଙ୍କ ଗର୍ଜନରେ ଥରିଲା ଜିଲ୍ଲାପାଳ ଅପିସ୍

ମୋଦି ମୋଦି ନାରା ଦେଉଥିଲେ ବିଜେପି କର୍ମୀ । ନବୀନ ନାରା ଦେଉଥିଲେ ବିଜେଡି ସମର୍ଥକ।

3rd Phase voting
ମେ’ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।

Sita Bibaha
ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ୮୮ ବର୍ଷ

କିନ୍ତୁ ବିଡମ୍ବନା ପୁରୀ ସହରରେ ଏବେ ଗୋଟିଏ ହେଲେ ସିନେମା ହଲ ନାହିଁ। ଯାହାକୁ ନେଇସାଧାରଣରେ ଦାବି ଉଠିଛି । ଅନ୍ନପୂର୍ଣ୍ଣା ଥଏଟର ହେବ ବା ତିନୋଟି ମାର୍କେଟ କମ୍ପ୍ଳେକସ ନିର୍ମାଣ ହେଲା ସେଠାରେ ସିନେମା ହଲ ଟିଏ ହେଉ।

diarrhoea
ପୁରୀ ସହରରେ ଝାଡ଼ାବାନ୍ତି ଆତଙ୍କ; ଲୋକେ ଛାନିଆ

କ୍ଳୋରିନେସନ ସହ ପାଣି ଟାଙ୍କି କ୍ଳିନିଂ ଓ ପାଇପ ଲାଇନ ମରାମତି କରାଯାଉଛି ବୋଲି ଓ୍ବାଟକର ମ୍ୟାନଜର କହିଛନ୍ତି । ଅନ୍ୟପଟେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଓ୍ବାଟକୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

Srimandir
ଖବର ପ୍ରସାରଣ ‍ପରେ ପଶିଲା ଚେତା, ପରିକ୍ରମା ମାର୍ଗରେ କାର୍ପେଟ ବିଛାଇଲା ଶ୍ରୀମନ୍ଦିର ପ୍ରଶାସନ

ଡହ ଡହ ଖରାରେ କାଳିଆ ଦର୍ଶନ ପାଇଁ ଆସୁଥୁବା ଭକ୍ତ କିଭଳି ଡହଳ ବିକଳ ହେଉଥିଲେ ସେନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ କାର୍ପେଟ ବିଛାଇବା ସହ ଜଳ ସିଞ୍ଚନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ ।

Puri Srimandir
କିଏ ବୁଝିବ ଭକ୍ତଙ୍କ କଷ୍ଟ, ଜଗାକୁ ଦେଖିବାକୁ ଯାଇ ସିଝୁଛି ପାଦ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ସିଂହଦ୍ୱାର ପଟେ ତ ଏସି ଟନେଲ୍, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ ।

Puri Srimandir
ଭକ୍ତ ମନ ସିନା ବୁଝୁନି, ହେଲେ ପ୍ରଶାସନ କରୁଛି କ'ଣ; ଜଗା ଦର୍ଶନ ପାଇଁ ଜନତା କିଲିବିଲି

ଟାଇଁ ଟାଇଁ ଖରାରେ ଶ୍ରୀଜିଉଙ୍କୁ ଦର୍ଶନ । ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମୁଣ୍ଡ ଉପର ଖରା, ଭୂଇଁ ବି ତତଲା । ଚାଲିବା କଷ୍ଟକର । ତାତି ଓ ଗୁଳୁଗୁଳିରେ ଠିଆହୋଇ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ କଲବଲ ହେଉଛନ୍ତି ସାଧାରଣ ଭକ୍ତ ।

Wildlife Protection Act
ବନ୍ୟଜନ୍ତୁ ସୁରକ୍ଷା ଆଇନର ଉଡ଼ିଲା ଧଜ୍ଜିଆ, ମେଳଣରେ ସାପ ଖେଳ ଦେଖାଇଲେ କଳାକାର

ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ। ମେଳଣରେ ସାପ ଖେଳ ଦେଖାଇଲା ଅଘୋରି ବେଶୀ କଳାକାର । ପୁରୀ ସଦରଥାନା ଅନ୍ତର୍ଗତ ଛଇତନାରୁ ଆସିଛି ଏଭଳି ଘଟଣା, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Jagannath Temple
ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା; ମହାପ୍ରଭୁଙ୍କର ହେଲା ବଡମହାସ୍ନାନ

ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ମଙ୍ଗଳ ଆଳତୀ ପୂର୍ବରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ।

Arup Patnaik
କ୍ୟାମ୍ପେନିଂ ବେଳେ ପ୍ରଚାର ଗାଡ଼ିରୁ ଲେଉଟି ପଡ଼ିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ

ଅସହ୍ୟ ହେଲାଣି ତାତି। ମୁଣ୍ତ ଉପରେ ନିର୍ବାଚନ। ତେବେ ପ୍ରଚଣ୍ତ ଖରାରେ ନିର୍ବାଚନ ପ୍ରଚାର ନେତାଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି।

Disrespect to Lord Jagannath
ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ! ଖରାରେ ଜରି ପାଲ ଘୋଡ଼ାଇ ଚାଲିଗଲେ ନେତା

ଖରାରେ ମହାପ୍ରଭୁଙ୍କୁ ଜରି ପାଲରେ ଘୋଡାଇ ଚାଲିଗଲେ ନେତା। ପୁରୀ ଜିଲ୍ଲା ମାଲୁଦ ପଞ୍ଚୁଦୋଳ ପଡିଆରେ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Srimandir
ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି, ଶ୍ରୀଜିଉଙ୍କ ଲାଗି ବେଙ୍ଗାଲୁରୁରୁ ଆସିଛି ଦୟଣା

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବାଙ୍ଗାଲୋରରୁ ଆସି ପହଞ୍ଚିଛି ମହାପ୍ରଭୁଙ୍କ ଦୟଣା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି ।

Samir Dash
ଟିକେଟ୍ କଟିବା ପରେ ଶକ୍ତି ଦେଖାଇଲେ ସମୀର, ନିମାପଡ଼ାରେ କଲେ ବିରାଟ ସମାବେଶ

ପୁରୀ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଛନ୍ତି ସମୀର ଦାଶ । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି ।