Advertisment

ବିଜେପି ଇସ୍ତାହାରରେ ‘ପୁରୀ’କୁ ପ୍ରାଧାନ୍ୟ, ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର

ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

BJP Manifesto

ବିଜେପି ଇସ୍ତାହାରରେ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି। ଜଗା ଦର୍ଶନ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ପାଇଁ ଦେଇଛି ପ୍ରତିଶ୍ରୁତି। ସେହିପରି ବିକଶିତ ଓଡ଼ିଶା ପାଇଁ ଆର୍ଥିକ ବିକାଶ ଯୋଜନାଗୁଡିକୁ ଆଗରେ ରଖିଛି ଦଳ। କଂଗ୍ରେସ ମଧ୍ୟ ପୂର୍ବରୁ ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଛି। ଏସବୁ ଭିତରେ କିନ୍ତୁ ବିଜେଡି ଏଯାଏ ପ୍ରକାଶ କରିନି ନିଜ ନିର୍ବାଚନୀ ଇସ୍ତାହାର ।

Advertisment

ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ। ଏହାସହ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରାଯିବ। ସେହିପରି ଜଗା ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ବର୍ଷ ତମାମ ଭକ୍ତ ଶୃଙ୍ଖଳିତ ଦର୍ଶନରୁ ଦୂରେଇ ରହୁଥିବାରୁ ଇସ୍ତାହାରରେ ଏହାକୁ ଗୁରୁତ୍ୱ ଦେଇଛି ରାଜ୍ୟ ବିଜେପି । ଖାଲି ସେତିକି ନୁହେଁ ପୁରୀ ପରିକ୍ରମା ପ୍ରକଳ୍ପରେ ଭଙ୍ଗା ଯାଇଥିବା ମଠଗୁଡିକର କାର୍ଯ୍ୟକ୍ଷମ ସହ ପୁନରୁଦ୍ଧାର ପାଇଁ ଦଳ ସରକାରକୁ ଆସିଲେ ପଦକ୍ଷେପ ନେବ ବୋଲି ମଧ୍ୟ ଇସ୍ତାହାରରେ ଉଲ୍ଲେଖ କରିଛି। ରାଜ୍ୟ ସରକାରର କୁପରିଚାଳନାରୁ ମୁକ୍ତି ଦେବା ପାଇଁ ଭୋଟରଙ୍କୁ ଇସ୍ତାହାର ମାଧ୍ୟମରେ ବାର୍ତ୍ତା ଦେଇଛି ବିଜେପି। ଗତକାଲି ଉନ୍ମୋଚିତ ହୋଇଥିବା ଇସ୍ତାହାରକୁ ଆଜି ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ସଭାରେ ପ୍ରଶଂସା କରି ଗ୍ୟାରେଣ୍ଟି ଦେଇଛନ୍ତି।

ସେପଟେ ରାଜ୍ୟର ସବୁ ବର୍ଗଙ୍କ ଆର୍ଥିକ ବିକାଶକୁ ବି ଇସ୍ତାହାରରେ ଗୁରୁତ୍ୱ ଦେଇଛି ବିଜେପି। ଧାନର କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧ଶହ ଟଙ୍କା କରିବା, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ଦିଆଯିବ। ଯାହାକୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ମହିଳା। ସେହିପରି ବିଜେଡିର ମିଶନ ଶକ୍ତିକୁ କାଉଣ୍ଟର କରିବାକୁ ଦଳ ଆଣିଛି ଲକ୍ଷପତି ଦିଦି ଯୋଜନା। ୨୦୨୭ ସୁଦ୍ଧା ଓଡିଶାରେ ୨୫ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ୨୦୨୯ ସୁଦ୍ଧା ସାଢେ ତିନି ଲକ୍ଷ ଲୋକଙ୍କୁ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ଆରମ୍ଭ କରାଯାଇ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟଙ୍କୁ ମାସିକ ୩ହଜାର ଟଙ୍କାର ସହାୟତ ଦେବ ବିଜେପି। ସେହିପରି କଂଗ୍ରେସ ମଧ୍ୟ ନିଜ ସଂକଳ୍ପ ପତ୍ରରେ ଆର୍ଥିକ ସ୍ଥିତିକୁ ଗୁରୁତ୍ୱ ଦେଇଥିଲା। ଏସ୍ଏଚ୍‌ଜି ନାଁରେ ଥିବା ବ୍ୟାଙ୍କ ଋଣ ଛାଡ,ପ୍ରତି ପରିବାରର ମହିଳାଙ୍କୁ ୨ ହଜାର ଟଙ୍କାର ସହାୟତା, ୨ ଲକ୍ଷରୁ କମ୍ ଆୟ ଥିବା ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଓ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଭଳି ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

Advertisment

ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ସେମାନଙ୍କ ସଂକଳ୍ପ ପତ୍ର ପ୍ରକାଶ କରିସାରିଛନ୍ତି। ମାତ୍ର ଶାସକ ବିଜେଡି ନିଜ ସଂକଳ୍ପ ପତ୍ରରେ କଣ ଆଣୁଛି ତା ଉପରେ ନଜର ।

Srimandir BJP Ratna Bhandar General Elections 2024
Advertisment
Advertisment