Advertisment

ଉମା-ସୁଜିତ ମୁହାଁମୁହିଁ, ନାମାଙ୍କନ ଦାଖଲ ବେଳେ ୨ ନେତା ଓ ସମର୍ଥକ ହାତାହାତି

ଉମା କଂଗ୍ରେସରୁ ଓ ସୁଜିତ ସ୍ୱାଧୀନ ଭାବେ ନୋମିନେସନ୍ କରିବାକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା, ମୁଥ ମରା ମରି ପରିସ୍ଥିତି ସୃଷ୍ଟି ହୋଇଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Violence In Odisha Election 2024

Violence During Nomination

ପୁରୀରେ ଉମା-ସୁଜିତ୍ ମୁହାଁମୁହିଁ । ଆଜି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ବେଳେ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। ଉମା ଓ ସୁଜିତ ନାମାଙ୍କନ ଦାଖଲ ପାଇଁ ଯାଇଥିଲେ। ଉମା କଂଗ୍ରେସରୁ ଓ ସୁଜିତ ସ୍ୱାଧୀନ ଭାବେ ନୋମିନେସନ୍ କରିବାକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା, ମୁଥ ମରା ମରି ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଗତକାଲି ମଧ୍ୟ ଉମାଙ୍କ ଉପରକୁ ମରଣାନ୍ତ୍ରକ ଆକ୍ରମଣ ହୋଇଥିଲା । ପୁରୀ ବସଷ୍ଟାଣ୍ଡରେ ଉମା ଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଥିଲା । ତେବେ ଏହି ଆକ୍ରମଣ ପରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ ଉମା ।

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

Advertisment

ସୂଚନା ଅନୁସାରେ ଗତକାଲି ପୁରୀ ବିଧାନସଭା ଆସନରୁ ସୁଜିତ ମହାପାତ୍ରଙ୍କ ଜାଗାରେ ଉମାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ଆଉ ଏହାର କିଛି ଘଣ୍ଟା ପରେ ଉମାଙ୍କ ଉପରେ ଆକ୍ରମଣ ହୋଇଥିଲା । ତେବେ ସୁଜିତ ମହାପାତ୍ରଙ୍କ ଟିକେଟ୍‌ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍‌ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଥିଲେ ସୁଜିତଙ୍କ ସମର୍ଥକ ।

ଗତକାଲି ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା କଂଗ୍ରେସ । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀ ବିଧାନସଭା ଆସନରେ ବଦଳିଲେ ପ୍ରାର୍ଥୀ । ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ । ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆ, ଆଠଗଡ଼ରେ ସୁଦର୍ଶନ ସାହୁ ଓ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ।

ଅଧିକ ପଢ଼ନ୍ତୁ: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ, ମୁଣ୍ଡ ଓ ମୁହଁରେ ଲାଗିଛି ଆଘାତ

ସେପଟେ ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଗତକାଲି ସେଠାରେ ନୂଆ ପ୍ରାର୍ଥୀ ଦେଇଥିଲା ଦଳ । ଜୟ ନାରାୟଣ ପଟ୍ଟନାୟକ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ ହୋଇଥିଲେ । ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଥିଲେ । ଦଳ ଫଣ୍ଡ ଦେଉ ନ ଥିବାରୁ କ୍ୟାମ୍ପେନିଂ ସହଜ ନୁହେଁ ବୋଲି ଅଭିଯୋଗ କରିଥିଲେ ସୁଚରିତା । ତେବେ ପିସିସି ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ପୁରୀରେ ପ୍ରାର୍ଥୀ ବଦଳା ଯାଇଥାନ୍ତା, ସେ ଆଗରୁ ଜାଣିପାରି ଟିକେଟ୍‌ ଫେରାଇଦେଲେ।

Congress General Elections 2024 Nomination File
Advertisment
Advertisment