Advertisment

Maharastra: ଦୁଇ ଭାଇ ହେଲେ ଏକାଠି, କଡ଼ ଲେଉଟାଇଲା ମହାରାଷ୍ଟ୍ର ରାଜନୀତି

ଗୋଲାପ ଫୁଲ ନେଇ କଲେ ମାନଭଞ୍ଜନ । ରାଜ ଠାକରେ ୨୦୧୨ରେ ବାଲାସାହେବ ଠାକରେଙ୍କ ଶେଷ ଦିନମାନଙ୍କରେ ମାତୋଶ୍ରୀକୁ ଯାଇଥିଲେ। ତେବେ ୨୦୧୯ ଜାନୁଆରୀରେ ସେ ତାଙ୍କ ପୁତ୍ର ଅମିତ ଠାକରେଙ୍କ ବିବାହ ପାଇଁ ଉଦ୍ଧବ ଓ ତାଙ୍କ ପରିବାରକୁ ନିମନ୍ତ୍ରଣ କରିବା ପାଇଁ ଅଳ୍ପ ସମୟ ଯାଇଥିଲେ । ଏହା ସହ ଜଡିତ ମହାରାଷ୍ଟ୍ରର ରାଜନୀତି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Shiva Sena

Shiva Sena

ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ରବିବାର ଦିନ ମୁମ୍ବାଇରେ ଠାକରେ ମାତୋଶ୍ରୀକୁ ଯାଇ ତାଙ୍କ ଦାଦାପୁଅ ଭାଇ ତଥା ଶିବସେନା (UBT) ନେତା ଉଦ୍ଧବ ଠାକରେଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ମାତୋଶ୍ରୀ ହେଉଛି ଠାକରେ ପରିବାରର ବାସଭବନ । ଦୀର୍ଘ ୬ ବର୍ଷ ପରେ ରାଜ ଏହି ଘରକୁ ଯାଇଛନ୍ତି ।

Advertisment

ରାଜ ଠାକରେଙ୍କ ସହ ବରିଷ୍ଠ MNS ନେତା ବାଲା ନନ୍ଦଗାଓଁକର ଓ ନୀତିନ ସରଦେଶାଇ ମଧ୍ୟ ଯାଇଥିଲେ। ମାତୋଶ୍ରୀ ଭିତରେ ରାଜ ଓ ଉଦ୍ଧବ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଏକ ଫଟୋ ପାଖରେ ଛିଡ଼ା ହୋଇ ଫଟୋ ଉଠାଇଥିଲେ। MNS ମୁଖ୍ୟ ମଧ୍ୟ ବାଲାସାହେବ ଥାକରେଙ୍କ ଚେୟାରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମାତୋଶ୍ରୀରେ ହୋଇଥିବା ଏହି ସାକ୍ଷାତ ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ଥିବା ମନୋମାଳିନ୍ୟ କମ୍ କରିବାରେ ସହାୟକ ହେବ । ତେବେ ଏହା ସହ ଜଡିତ ଅଛି ମହାରାଷ୍ଟ୍ରର ରାଜନୀତି ।

Advertisment

ରାଜ ଠାକରେ ୨୦୧୨ରେ ବାଲାସାହେବ ଠାକରେଙ୍କ ଶେଷ ଦିନମାନଙ୍କରେ ମାତୋଶ୍ରୀକୁ ଯାଇଥିଲେ। ତେବେ ୨୦୧୯ ଜାନୁଆରୀରେ ସେ ତାଙ୍କ ପୁତ୍ର ଅମିତ ଠାକରେଙ୍କ ବିବାହ ପାଇଁ ଉଦ୍ଧବ ଓ ତାଙ୍କ ପରିବାରକୁ ନିମନ୍ତ୍ରଣ କରିବା ପାଇଁ ଅଳ୍ପ ସମୟ ଯାଇଥିଲେ । ରବିବାରର ଏହି ଭେଟଘାଟ ପୂର୍ବରୁ ଉଭୟ ନେତା ମୁମ୍ବାଇର ୱର୍ଲିରେ କିଛି ଦିନ ତଳେ ଏକ ରାଲିରେ ଏକାଠି ହୋଇଥିଲେ।

ମରାଠୀ ଅସ୍ମିତା ପାଇଁ ସେମାନେ ୱର୍ଲିରେ ଏକ ରାଲିରେ ସମ୍ବୋଧନ କରିଥିଲେ । ସେଠାରେ ଉଦ୍ଧବ ଠାକରେ ଆଗାମୀ ପୌର ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ସଂପର୍କରେ ସୂଚାଇଥିଲେ।
ଉଦ୍ଧବ ଠାକରେ କହିଥିଲେ, "ଆମେ ଏକାଠି ହେଲୁ ଏକାଠି ରହିବା ପାଇଁ... ଆମେ ମରାଠୀର ସୁରକ୍ଷା ପାଇଁ ଏକଜୁଟ ହୋଇଛୁ।" ସେ ଆହୁରି କହିଥିଲେ, "ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆମେ ଏକାଠି ହେବା କେବଳ ଏକ ଟ୍ରେଲର। ଏହା ଆରମ୍ଭ ମାତ୍ର..."

ଏହି କାର୍ଯ୍ୟକ୍ରମରେ ରାଜ ଠାକରେ ମନ୍ତବ୍ୟ ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏପରି କିଛି କରିଛନ୍ତି ଯାହା ବାଲାସାହେବ ଠାକରେ ମଧ୍ୟ କରିପାରି ନଥିଲେ । ଅର୍ଥାତ୍ ତାଙ୍କୁ ଓ ଉଦ୍ଧବଙ୍କୁ ଏକାଠି ଆଣିଛନ୍ତି । ଆଗାମୀ ୨୯ଟି ମହାନଗର ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନା (UBT) ନେତା ଉଦ୍ଧବ ଠାକରେ ଘୋଷଣା କରିଥିଲେ ଯେ ସେ ଓ ରାଜ ମିଳିତ ଭାବେ ମୁମ୍ବାଇ ମହାନଗର ଓ ମହାରାଷ୍ଟ୍ରକୁ ନିୟନ୍ତ୍ରଣ କରିବେ।
ଏହାପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନାର ତିନି ଦିନିଆ ସମ୍ମିଳନୀରେ ନାସିକ ଜିଲ୍ଲାର ଇଗାତପୁରୀରେ ରାଜ ଠାକରେ ଦଳର କର୍ମୀମାନଙ୍କୁ କହିଥିଲେ ଯେ ଶିବସେନା (UBT) ସହ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ କୌଣସି ନିଷ୍ପତ୍ତି ଉପଯୁକ୍ତ ସମୟରେ ନିଆଯିବ। ରାଜ ଠାକରେ ୨୦୦୬ରେ ଶିବସେନା ଛାଡ଼ି MNS ଗଠନ କରିଥିଲେ। ତାପରେ ଉଭୟ ପକ୍ଷ ମଧ୍ୟରେ ରାଜନୈତିକ ଓ ବ୍ୟକ୍ତିଗତ ଦୂରତ୍ୱ ବଢ଼ିଯାଇଥିଲା । ପରେ ସେମାନେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପାଲଟିଯାଇଥିଲେ ।

ଅଧିକ ପଢ଼ନ୍ତୁ: କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ କିସ୍ ଦେଇ ଫସିଗଲେ ବ୍ୟବସାୟୀ, ଏକୁଟିଆ ଥିବାର ସୁଯୋଗ ନେଇ… 

Maharashtra Uddhav Thackeray Raj Thackeray
Advertisment
Advertisment