/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753713665.jpg)
Commissionerate Police
କୋଡ୍ ୱାର୍ଡରେ କାରବାର, ଆଖି ପିଛୁଳାକେ ଡିଲ୍ । ରାସ୍ତାକଡ଼ ହେଉ କି ପାନ ଦୋକାନ, ରାଜଧାନୀରେ ବେଧଡ଼କ୍ ଚାଲିଛି ବେଆଇନ୍ ଗଂଜେଇ କାରବାର । କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଆଜି ଭୁବନେଶ୍ବରର ବିଭିନ୍ନ ଚା ଖଟିରେ ମାରାଥନ୍ ରେଡ୍ କରି ଜବତ କରିଛି ପୁଳାପୁଳା ଗଞ୍ଜେଇ ସିଗାରେଟ୍ ଓ ନିଶା ମୋଦକ । ଗିରଫ ହୋଇଛନ୍ତି ଏକାଧିକ ଦୋକାନୀ । ତେବେ ତମାଣ୍ଡୋ ଅଞ୍ଚଳରେ ରେଡ୍ ବେଳେ ଦୌଡ଼ି ପଳାଉଥିବା ଜଣେ ଯୁବତୀଙ୍କୁ ମାଡ଼ିବସି ଚଳାଇଛି ତନାଘନା । ତେଣେ ସିପି ଚେତାବନୀ ଦେଲେଣି- ରାଜଧାନୀକୁ ନିଶାମୁକ୍ତ କରିବାକୁ ଆଗକୁ ହେବ ବଡ଼ ଧରଣର ରେଡ୍ ।
ବାହାରକୁ ସିନା ଖିଲି ପାନ ଦୋକାନ । ହେଲେ ଭିତରେ ନୀଳ ଜହର ଗୋଦାମ । କି ରାତି କି ଦିନ, ହର୍ଦ୍ଦମ ଏଠି ଜମୁଛି ଖଟି, କପେ ଚା ସାଙ୍ଗକୁ ମିଳିଯାଉଛି ସ୍ପେଶାଲ ଗଂଜେଇ ସିଗାରେଟ୍ ଭେଟି । ପୁଳା ପୁଳା ଗଂଜେଇ ସିଗାରେଟ୍ ସିଜ୍ କରୁଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଗୋଗୋ, ଚାମ୍ବା, ସ୍ପେଶାଲ, H 10, ବାବା କି କାଠି ଆବେ କୋର୍ଡ ୱାଡ୍ ରେ ମାଗିଲେ ଚଟ୍ କରି ଦୋକାନୀ ବଢ଼ାଇ ଦେଉଛି ଗାଂଜା ସିଗାରେଟ୍ ।
ଦୋକାନୀଙ୍କ ଟାଣପଣ, ଗଞ୍ଜେଇ ବିକି ୫ରୁ ୬ ଥର ଜେଲ ଗଲେଣି । ତଥାପି ବେପାର ଛାଡିପାରୁ ନାହାନ୍ତି । ଖାଲି ସେତିକି ନୁହେଁ କ୍ୟାମେରା ଆଗରେ ବି ଦେଖାଛନ୍ତି ଗଞ୍ଜେଇ ସିଗାରେଟ୍ ପ୍ରସ୍ତୁତିର ଡେମୋ। ତମାଣ୍ଡୋ ଥାନା ଅଞ୍ଚଳରେ ଏକ ମଲ ପାଖରେ ଇଏ ସେଇ ପାନ ଦୋକାନ, ଯେଉଁଠି ପୂର୍ବରୁ ମଧ୍ୟ ଅନେକ ଥର ପୋଲିସ ରେଡ୍ କରିଛି, ହେଲେ ଆଜି ଚଢ଼ଉ ବେଳେ ହଠାତ୍ ଏ ଦୋକାନରୁ ବାହାରି ଦୌଡ଼ି ପଳାଉଥିଲା ଜଣେ ଯୁବତୀ, ପୋଲିସ୍ କିନ୍ତୁ ମାଡି ବସିିଲା। କାହିଁକି ଦୌଡ଼ିଲେ ବୋଲି ପଚରା ଯିବାରେ ଭାରି ଦମ୍ଭରେ କଥା ବାଁଆରେଇ ଥିଲେ। ତେଣେ ସଂପୃକ୍ତ ପାନ ଦୋକାନୀ ଓ ଉକ୍ତ ଯୁବତୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଛି।...ତମାଣ୍ଡୋ ଭଳି ପାନ ଦୋକାନରେ ଗଞ୍ଜେଇ ବେପାର ଚାଲିଥିବା ଅଭିଯୋଗରେ ଖଣ୍ଡଗିରି, ପାତ୍ରପଡା ଓ ସିଜୁଆ ଅଞ୍ଚଳରେ ୫ଟି ସ୍ଥାନରେ ରେଡ଼ କରି ଆଜି ପୁଳାପୁଳା ଗଞ୍ଜେଇ ସିଗାରେଟ୍, ଫଏଲ ପେପର, ଚିଲମ, ମୋଦକ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରି ଏକାଧିକ ଲୋକଙ୍କୁ ଅଟକ ରଖିଛି ସ୍ପେଶାଲ କ୍ରାଇମ୍ ଟିମ୍ ।
ରାସ୍ତା କଡ଼, ଜନଗହଳିପୂର୍ଣ୍ମ ସ୍ଥଳ ଅବା ଶିକ୍ଷାନୁଷ୍ଠାନ ପାଖ, ରାଜଧାନୀର ଏସବୁ ସ୍ଥାନରେ ବେଧଡ଼କ୍ ଚାଲିଛି ଚୋରା ଗଂଜେଇ ବେପାର। ଗତ ଏପ୍ରିଲ୍ ୯ ତାରିଖରେ ପଟିଆ ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରେଡ୍ କରି ପାନ ଦୋକାନରୁ ସିଜ୍ ହୋଇଥିଲା ପୁଳା ପୁଳା ଗଂଜେଇ ସିଗାରେଟ୍। ସେହିପରି ମାର୍ଚ୍ଚ ୨୨ରେ ଦୂରଦର୍ଶନ ଗଳି ଅଞ୍ଚଳରେ ବି ଗଂଜେଇ ଦୋକାନୀ ଓ ଗ୍ରାହକଙ୍କୁ ଏମିତି ଗୋଡ଼େଇ ଗୋଡ଼େଇ ଧରିଥିଲା ପୋଲିସ୍। ଠିକ୍ ସେମିତି ଆଚାର୍ଯ୍ୟ ବିହାର ଛକ ପୂର୍ବ ବସ୍ତିରେ ବି ରେଡ୍ କରି ପାନ ଦୋକାନରୁ ଗଂଜେଇ ଜବତକରି ବେପାରିଙ୍କୁ ବାନ୍ଧିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ଏଣେ ରାଜଧାନୀକୁ ବେଆଇନ୍ ନିଶା କାରବାର ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ୍ ପୋଲିସ୍। ପୋଲିସ କମିଶନର କହିଛନ୍ତି-ଖାଲି ପାନ ଦୋକାନୀ ନୁହଁନ୍ତି, ଗଞ୍ଜେଇ ଚାଲାଣର ପୁରା ନେଟୱାର୍କ ସଫା କରିବାକୁ ଗୁଇନ୍ଦା ଟିମ୍ କୁ ସକ୍ରିୟ କରାଯାଉଛି ।... ଏବେ ଦେଖିବାର କଥା କମିଶନରେଟ୍ ପୋଲିସର ଏ ଅଭିଯାନ, ରାଜଧାନୀକୁ ବେଆଇନ୍ ନିଶା କାରବାର ମୁକ୍ତ କରିବାରେ କେତେ ସହାୟକ ହେଉଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)