/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753716382.jpg)
Primary School
ବଦଳିଲା ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଇକାର୍ଡ ରଙ୍ଗ । ଛାତ୍ରଛାତ୍ରୀଙ୍କ ଆଇଡେଣ୍ଟିଟି କାର୍ଡ ରଙ୍ଗ ବଦଳିବା ସହ ହାଉସ୍ ୟୁନିଫର୍ମ ଓ ଟୋପି ବି ବଦଳିଛି । ପୂର୍ବରୁ ଏଥିରେ ଆମେ ଗଢ଼ିବୁ ନୂଆ ଓଡ଼ିଶା ଲେଖାଥିବା ବେଳେ, ଏବେ ଲୋଗୋରେ ଲେଖାଯାଇଛି 'ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା' । ପୂର୍ବରୁ ଆଇ କାର୍ଡର ରଙ୍ଗ ସବୁଜ ରହିଥିଲା । ତେବେ ଏଣିକି ଗେରୁଆ ରଙ୍ଗର ନୂଆ ଆଇକାର୍ଡ ପିନ୍ଧିବେ ଛାତ୍ରଛାତ୍ରୀ ।
ଏଥିରେ ଶ୍ରେଣୀ, ଜନ୍ମ ତାରିଖ, ରୋଲ ନମ୍ବର, ଫୋନ୍ ନମ୍ବର ଓ ବ୍ଲଡ୍ ଗ୍ରୁପ୍ ଉଲ୍ଲେଖ ରହିବ। କ୍ୟାମ୍ପସ ଭିତରକୁ ଆସିଲେ ଏହା ପିନ୍ଧିବା ବଧ୍ୟତାମୂଳକ କରାଯିବ। ହାଉସ ୟୁନିଫର୍ମ ରଙ୍ଗ ପୂର୍ବ ବର୍ଷ ଭଳି ସମାନ ରହିଛି। ଟ୍ରାକ୍ ପ୍ୟାଣ୍ଟ୍ ନୀଳ ରଙ୍ଗ ଓ ଟି-ସାର୍ଟ ହଳଦୀ, ସବୁଜ, ନାଲି ଓ ନୀଳ ରଙ୍ଗର ରହିଛି। ଟୋପି ରଙ୍ଗ ଧଳା ଓ ସେଥିରେ ସ୍ଲୋଗାନ ସହ ଲୋଗୋ ରହିଛି।... ସେପଟେ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତି ପରେ ତେଜିଛି ରାଜନୀତି ।
ପୂର୍ବରୁ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ବଦଳାଇଥିଲେ ରାଜ୍ୟ ସରକାର । ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ । ସ୍କୁଲ ଘର ସହ ୟୁନିଫର୍ମ ରଙ୍ଗ ବଦଳାଉଥିଲେ । ମାତ୍ର ଆମ ସରକାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି କାର୍ଯ୍ୟ କରୁଛନ୍ତି । ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିଲା, ଏଣୁ ରଙ୍ଗ ପରିବର୍ତ୍ତନ କରାଗଲା ବୋଲି ସ୍ପଷ୍ଟ କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ତା’ସହ ସେ ଆହୁରି କହିଥିଲେ ଯେ, ଆଗାମୀ ଦିନ ମାନଙ୍କରେ ଗୋଟିଏ ବିଦ୍ୟାଳୟରେ ଜଣେ ଶିକ୍ଷକ ବ୍ୟବସ୍ଥା ଆଉ ରହିବ ନାହିଁ । ଡ୍ରପ୍ ଆଉଟ୍ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)