/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753719980.jpg)
State Police
ଓଏ.ପି ଷଷ୍ଠ ବାଟାଲିୟନ ଗ୍ରାଉଣ୍ଡରେ ଶେଷ ହେଲା ୭୭ ତମ ରାଜ୍ୟ ପୋଲିସ ଭଲ୍ଳିବଲ ଏବଂ ବାସ୍କେଟ ବଲ ପ୍ରତିଯୋଗିତା । ଭଲ୍ଳିବଲ ପ୍ରତିଯୋଗୀତାରେ କମିଶନରେଟ -ବି, ବାସ୍କେଟ ବଲ କ୍ରୀଡ଼ାରେ କଟକ ଷଷ୍ଠ ବାଟାଲିୟନ ଟିମ ବିଜୟୀ ହୋଇଛି । କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋସ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଟିମ୍ ମାନଙ୍କୁ ପୁରସ୍କୃତ କରିଥିଲେ । ତେବେ ଏହି ମେଗା କ୍ରୀଡା ପ୍ରତିଯୋଗିତା ୬ ବର୍ଷ ବ୍ୟବଧାନ ପରେ ଆୟୋଜିତ ହୋଇଥିଲା । ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବାଟାଲିୟନରୁ ୨୫ଟି ପୋଲିସ ଭଲ୍ଳିବଲ ଟିମ ଓ ୫ଟି ପୋଲିସ ବାସ୍କେଟ ବଲ ଟିମ ଅଂଶ ଗ୍ରହଣ କରିଥିବାବେଳେ ସମୁଦାୟ ୪୨୯ ଜଣ ଖେଳାଳି ସାମିଲ ହୋଇଥିଲେ ।
କ୍ରାଇମବ୍ରାଞ୍ଚ ଡିଜିପି କହିଛନ୍ତି ଯେ,ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଜିତିବା ହାରିବା ବଡ଼ ନୁହେଁ । ଜଣେ କ୍ରୀଡ଼ାବିତ ହେବାର ଲକ୍ଷ୍ୟ ରହିବା ଆବଶ୍ୟକ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପୋଲିସ ଅନେକ କୃତିତ୍ବ ଅର୍ଜନ କରିଛି । ପୂର୍ବରୁ ଭୋପାଳ ରେ ଅନୁଷ୍ଠିତ ସର୍ବଭାରତୀୟ ପୋଲିସ କ୍ରୀଡାରେ ଓଡ଼ିଶା ପୋଲିସ ମଧ୍ୟ ଶ୍ରେଷ୍ଟ ପ୍ରଦର୍ଶନ କରିଥିଲା ।
ଏପରିକି ଇଂଲଣ୍ଡର ବର୍ମିଂହାମ ଠାରେ ଅନୁଷ୍ଠିତ ବିଶ୍ଵ ପୋଲିସ ଓ ଅଗ୍ନିଶମ କ୍ରୀଡାରେ ଭାରତୀୟ ଦଳକୁ ପ୍ରତିନିଧିତ୍ଵ କରି ଓଡ଼ିଶା ପୋଲିସର ୭ ଜଣ କୃତି କ୍ରୀଡାବିତ ମାନେ ଉତ୍କର୍ସ ଖେଳପ୍ରଦର୍ଶନ କରି ଦେଶ, ରାଜ୍ୟ ତଥା ଓଡିଶା ପୋଲିସକୁ ଗୌରବାନ୍ଵିତ କରିଥିଲେ । ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସମେତ ୨୦ ପଦକ ହାସଲ କରିଥିଲେ ଓଡ଼ିଶା ପୋଲିସର ଖେଳାଳି । ଆଗମୀ ଦିନରେ ଏହି କ୍ରୀଡା ଆୟୋଜନ ରହିବ ଯାହାଦ୍ୱାରା ଓଡ଼ିଶା କ୍ରୀଡା ଜଗତରେ ଓଡ଼ିଶା ପୋଲିସ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋସ ମିଶ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)