Advertisment

Rave Party: ହାଇପ୍ରୋଫାଇଲ ରେଭ୍ ପାର୍ଟିରେ ପୂର୍ବତନ ମନ୍ତ୍ରୀଙ୍କ ଜ୍ବାଇଁ, ଚଢାଉ ବେଳେ ମିଳିଲା ପୁଳାପୁଳା ମାଦକ ଦ୍ରବ୍ୟ

ମହାରାଷ୍ଟ୍ରର ପୁଣେ ସହରର ଖାରାଡି ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରେଭ୍ ପାର୍ଟି ଚାଲିଥିଲା। ସୂଚନା ଆଧାରରେ ପୋଲିସ୍ ଚଢାଉ କରିବା ପରେ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ସାତ ଜଣଙ୍କୁ ଅଟକ ରଖାଯାଇଛି।

author-image
Chinmayee Sahoo
Rave Party

Rave Party

ପୁଣେ ପୋଲିସ ରବିବାର ଭୋରରେ ଏକ ଆପାର୍ଟମେଣ୍ଟରେ ଚାଲିଥିବା ଏକ ରେଭ୍ ପାର୍ଟିରେ ଚଢାଉ କରିବା ବିପୁଳ ପରିମାଣର ଡ୍ରଗ୍ସ, ହୁକା ସେଟଅପ୍ ଏବଂ ମଦ ଜବତ କରିଛି। ଏଥି ସହ ସାତ ଜଣଙ୍କୁ ଅଟକ ରଖିଛି ପୋଲିସ୍। ଅଟକ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ଖଡସେଙ୍କ ଝିଅ ରୋହିଣୀ ଖଡସେଙ୍କ ସ୍ୱାମୀ ପ୍ରାଞ୍ଜଲ ଖେୱାଲକର ଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Advertisment

ମହାରାଷ୍ଟ୍ରର ପୁଣେ ସହରର ଖାରାଡି ଅଞ୍ଚଳରେ ଅବସ୍ଥିତ ଏକ ଷ୍ଟୁଡିଓ ଆପାର୍ଟମେଣ୍ଟରେ ରେଭ୍ ପାର୍ଟି ବିଷୟରେ ସୂଚନା ପାଇଥିଲେ ମହାରାଷ୍ଟ୍ର କ୍ରାଇମ୍ ବ୍ରାଞ୍ଚ। ସୂଚନା ଆଧାରରେ କ୍ରାଇମ୍ ବ୍ରାଞ୍ଚ ଏହି ଅତର୍କିତ ଚଢାଉ କରିଥିଲା। ଚଢାଉ ସମୟରେ ଗଞ୍ଜେଇ, ମଦ ଏବଂ ହୁକା ଭଳି ଅନେକ ନାର୍କୋଟିକ୍ ଦ୍ରବ୍ୟ ଜବତ ହୋଇଥିଲା।

ପୋଲିସ୍ କହିଛି ଯେ, "ଆମେ ଖାରାଡି ଅଞ୍ଚଳରେ ଏକ ଅପାର୍ଟମେଣ୍ଟରେ ରେଭ୍ ପାର୍ଟି ଆୟୋଜିତ ହେଉଥିବା ସୂଚନା ପାଇଥିଲୁ। ତଦନୁସାରେ, ଆମର କ୍ରାଇମ୍ ବ୍ରାଞ୍ଚ ଟିମ୍ ଦ୍ୱାରା ଚଢଉ କରାଯାଇଥିଲା। ଚଢଉ ସମୟରେ, ଗଞ୍ଜେଇ, ମଦ ଏବଂ ହୁକା ଭଳି ନାର୍କୋଟିକ୍ ପଦାର୍ଥ ମିଳିଥିଲା। ଆମେ ସାତ ଜଣଙ୍କୁ ଅଟକ କରିଛୁ। ସେମାନଙ୍କ ମଧ୍ୟରେ ପାଞ୍ଚ ପୁରୁଷ ଏବଂ ଦୁଇ ମହିଳା ଅଛନ୍ତି। ସମସ୍ତ ବ୍ୟକ୍ତିଙ୍କୁ ହେପାଜତରେ ନିଆଯାଇଛି, ଏବଂ ଏକ ମାମଲା ରୁଜୁ କରାଯାଇଛି।

Advertisment

ଏନସିପି (ଏସପି) ନେତା ଏକନାଥ ଖଡସେ କହିଛନ୍ତି ଯେ ପୋଲିସ କାର୍ଯ୍ୟାନୁଷ୍ଠାନ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ କି ନାହିଁ ତାହା ତଦନ୍ତ କରାଯାଉ। ଏକନାଥଙ୍କ ଝିଅ ରୋହିଣୀ ଖଡସେ ହେଉଛନ୍ତି ଏନସିପି (ଏସପି)ର ମହିଳା ଶାଖାର ରାଜ୍ୟ ସଭାପତି। ଶିବସେନା (ୟୁବିଟି) ଉପନେତ୍ରୀ ସୁଷମା ଆନ୍ଧାରେ କହିଛନ୍ତି ଯେ ଏହି ଚଢାଉ ସରକାରଙ୍କ ବିରୁଦ୍ଧରେ କଥା କହୁଥିବା ଲୋକଙ୍କ ପାଇଁ ଏକ ସନ୍ଦେଶ।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ PM ମୋଦି, ଭାଙ୍ଗିଲେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ

Maharashtra Rave Party Drugs Seized
Advertisment
Advertisment