ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ସ୍ଥାନୀୟ ଲୋକପ୍ରତିନିଧି ଭାବେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକା ନଯିବାକୁ ନେଇ ତେଜିଛି ରାଜନୀତି। ଖୋଦ୍ ଅପରାଜିତା ଏନେଇ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବର୍ଷିବା ସହ ଏଭଳି ଅସୌଜନ୍ୟତାର କାରଣ ଜାଣିବାକୁ ଚାହିଁଛନ୍ତି। ସବୁଠୁ ବଡ଼ କଥା ହେଉଛି ଆୟୋଜକ କମିଟି ସଭାପତି ଏନେଇ ଅବଗତ ନଥିବା କହିଥିଲାବେଳେ ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ମଧ୍ୟ ଏନେଇ ବିଶେଷ କିଛି ଜାଣି ନଥିବା କହିଛନ୍ତି।
କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସ୍ତବ୍ଧ ସାରା ରାଜ୍ୟ। ଏହି ଗଣହତ୍ୟା ଘଟଣାରେ ଅଭିଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଘଟଣା ବେଳର ଲୋମଟାଙ୍କୁରା କାହାଣିକୁ ସେ କାନ୍ଦି କାନ୍ଦି କହିଛନ୍ତି।
ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍ କରି ସେ କହିଛନ୍ତି ଯେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି।
ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏହି ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ। ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ଏହି ୭୪ ବର୍ଷ ମଧ୍ୟରେ ବଦଳିଛି।
୫ ମାସ ହେଲାଣି ମହାବଳ ବାଘର ମିଳୁନି ପତ୍ତା। କୁଆଡ଼େ ଗଲା? କେମିତି ଗଲା? ସୁରକ୍ଷିତ ଅଛି କି ନାହିଁ? ସେନେଇ ଉଠିଲା ପ୍ରଶ୍ନ। ଗାଁ ଲୋକଙ୍କଠାରୁ ପରିବେଶବିତ୍ ସମସ୍ତେ ବାଘକୁ ନେଇ କରୁଛନ୍ତି ଚିନ୍ତା...ସେପଟେ ବନବିଭାଗ କହୁଛି ଆମେ ପାଇଛୁ ବାଘର ପାଦ ଚିହ୍ନ। ତେବେ ଏବେ ବାଘ କେଉଁଠି?
ଭୂବନ ବାଦ୍ୟକାରଙ୍କ କଚ୍ଚାବାଦାମ୍ ଗୀତ ପରେ ଏବେ ସୋସିଆଲ ମିଡ଼ିଆରେ ଲେମ୍ବୁ ପାଣି ଗୀତ ହେଉଛି ଭାଇରାଲ। ଦୋକାନଠୁ ବଜାର ସବୁ ଆଡ଼େ ଶୁଭୁଛି ଏହି ଗୋଟିଏ ଗୀତ...
ପାକ୍ ପ୍ରଧାନମନ୍ତ୍ରୀଙ୍କୁ ନେଇ ବଢୁଛି ଚର୍ଚ୍ଚା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚ ବିବାହ କରିଛନ୍ତି ଶେହବାଜ୍ ସରିଫ୍। ପୁଣି କେଉଁ ସ୍ତ୍ରୀର ୫ ପିଲା ତ ଆଉ କେଉଁ ସ୍ତ୍ରୀର ପିଲା ସଂଖ୍ୟା...
ମଲା..ଆମେ ଉଡ଼ିଉଡ଼ି କି ସବୁ ନେଲୁ। ଆମେ ନାଚିବୁନି ତ ଆଉ ନାଚିବ କିଏ? ତୁମେ ଗୀତ ବଜାଅ, ଆମେ ଖାଲି ଅଣ୍ଟା ହଲାଉଛୁ। ତୁମେ ଅଧ୍ୟକ୍ଷ ନିଅ, ଆମେ ତ ଉପାଧ୍ୟକ୍ଷ ତ ନେଇଗଲୁ।
ବିଲରେ ଫଳିଛି ଲାଲଟହଟହ ତରଭୁଜ। ଅନୁକୂଳ ପାଗ ଥିବାରୁ ପ୍ରଚୁର ପରିମାଣରେ ଫଳିଛି ଫଳ। ବଜାରରେ ବିକ୍ରି କରି ପାଖାପାଖି ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ...
ଓଡ଼ିଆ ଲୋକଙ୍କ ମୁଖ୍ୟ ଖାଦ୍ୟ ଭାତ। ତେଣୁ ରାଜ୍ୟକୁ ଶତ ପ୍ରତିଶତ ଚାଉଳ ଦିଆଯାଉ। କେନ୍ଦ୍ର ସରକାରଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଏ ସଂକ୍ରାନ୍ତ ଚିଠି ପରେ ଚାଉଳ-ଗହମ ଆବଣ୍ଟନ ଅନୁପାତକୁ ନେଇ ସୃଷ୍ଟି ହୋଇଛି ବିବାଦ
ତିନି ଦିନ ବିତିଲା, ତଥାପି ମିଳୁନି କ୍ଲୁ। ଏବେ ବି ସସପେନ୍ସରେ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ଘଟଣା।କେମିତି ଓ କେଉଁ ପରିସ୍ଥିତିରେ ଗୋଟିଏ ଡାଳରେ ଝୁଲିପଡ଼ିଲେ ତିନି ତିନି ଜଣ ଯୁବତୀ?
କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା। ୧୦ ଆକାଂକ୍ଷୀ ଜିଲ୍ଲାକୁ ଯାଇ ବିକାଶ କାମର ସମୀକ୍ଷା କରିବେ ୧୦ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରୀୟ ଅନୁଦାନ କିଭଳି ଖର୍ଚ୍ଚ ହେଉଛି, ବିକାଶ କାମ କେତେ ଆଗେଇଛି, ଆଜିଠୁ ଆରମ୍ଭ ହୋଇଛି ସମୀକ୍ଷା।
ଶେଷ ମୁହୂର୍ତ୍ତରେ ହାତ ଛାଡି ଦେଲା ଜୀବନ। ଦେଖନ୍ତୁ, କେତେ ହୃଦୟ ବିଦାରକ ଏହି ଦୃଶ୍ୟ। ବାୟୁସେନା ଉଦ୍ଧାରକାରୀଙ୍କ ପ୍ରୟାସ ସଫଳ ହୋଇଥିଲେ ହୁଏତ ବଞ୍ଚି ଯାଇଥାଆନ୍ତେ ବ୍ୟକ୍ତି ଜଣଙ୍କ, ମାତ୍ର ଆଖି ପିଛୁଳାକେ ସବୁ ଶେଷ।
ବୀଭତ୍ସ, ଭୟଙ୍କର, ବର୍ବର। ନା ଦେଖିହେଉଛି, ନା ଦେଖାଇହେଉଛି। ଦୃଶ୍ୟ ଦେଖିଲେ ଥରି ଉଠୁଛି ସର୍ବାଙ୍ଗ। କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଗାଁରେ ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା, ନିର୍ବାକ କରିଦେଉଛି ସମସ୍ତଙ୍କୁ।
ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଭାରତୀୟ ରେଳ ନଆ ଭିଷ୍ଟାଡୋମ୍ କୋଚ୍ ପ୍ରସ୍ତୁତ କରିଛି । ଯାହା କି ଏବେସୁଦ୍ଧା ଭାରତର ସବୁଠାରୁ ଅତ୍ୟାଧୁନିକ ବା ହାଇ-ଟେକ୍ ରେଳ କୋଚ୍ । ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।
ବ୍ରେକ୍ ଫାଷ୍ଟ ତ ହୋଇଗଲା ଏବେ ଲଂଚ୍ କରିବି। ହଁ..୫ ଟଙ୍କା ଫିଙ୍ଗିଦେଲେ ଆହାର କେନ୍ଦ୍ରରେ ପେଟେ ଖାଇବି...ଆରେ ଆରେ ତୁ ପେଟେ ବରା, ଆଳୁଚପ୍ ଖାଇଲୁ ଟଙ୍କା କିଏ ଦେବ କିରେ? ସରପଂଚ କହିଥିଲା ଇଲେକ୍ସନ ପର୍ଯ୍ୟନ୍ତ ଖାଇବୁ, ହେଲେ ତୁ ତ ସିଲେକ୍ସନ ସରିବା ପରେ ବି ଖାଇଚାଲିଛୁ
୪୫ ବର୍ଷ ହେଲାଣି ବରା ଛାଣୁଛନ୍ତି ରବି ଭାଇ। ତିନି ପିଢ଼ି ହେବ ରାଜଧାନୀରେ ତାଙ୍କ ବରା ଗୋଟେ ବ୍ରାଣ୍ଡ ପାଲଟିଗଲାଣି। ୟାଙ୍କୁ ସମସ୍ତେ ରବି ଭାଇ ଡାକନ୍ତି, ବାପର ଭାଇ, ପୁଅର ଭାଇ, ନାତିର ବି ଭାଇ। ପିଆଜ କିଲ ୧୦ ହେଲେ ଯାହା ୧୦୦ ହେଲେ ବି ତାହା, କ୍ୱାଲିଟିରେ ନୋ କମ୍ପରମାଇଜ୍…
ବାହାଘର ଚାଲୁଥିଲା, ବର-କନ୍ୟା ଷ୍ଟେଜ୍ ଉପରେ ଥିଲେ। ବାସ୍ ଏତିକି ବେଳେ ବୋବାଲିଆ ଗୀତଟି ବାଜିଲା...ନିଜକୁ ସମ୍ଭାଳି ପାରିଲେନି, ଜୋରଦାରିଆ ଡ୍ୟାନ୍ସ କରି ମଂଚ ଦୋହଲାଇ ଦେଲେ ନୂଆ ବୋହୂ...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଜଣେ ମହିଳା ହେଲେ ବି ପେସା ତାଙ୍କର ଘର ଘର ବୁଲି ଚାଉଳ ବିକ୍ରି କରିବା । ଆଉ ନିଶା ହେଉଛି ସମାଜସେବା କରିବା । ଏଇ ନିଶା ହିଁ ତାଙ୍କୁ ପହଞ୍ଚାଇଦେଇଛି ଏନଏସି ଉପାଧ୍ୟକ୍ଷା ପଦରେ । ହେଲେ ପେସାକୁ ସେ କେବେ ବି ଛାଡି ପାରିବେନି ବୋଲି କହିଛନ୍ତି
ଗରମ ବଢିଲାଣି। ଘରେ ଆଉ ରହି ହେଉନି। ଘର ହେଉ କି ବାହାର ସବୁ ନିଆଁ। ଏମିତି ବେଳେ ବେଣାଚେର କିଣିବାକୁ ମାର୍କେଟରେ ଭାରି ଗହଳି। ଦେଖନ୍ତୁ କେମିତି ଓ କେଉଁଠି ତିଆରି ହେଉଛି ବେଣାଚେର ସାମଗ୍ରୀ...
ଦିନେ କନଷ୍ଟ୍ରକସନ୍ କମ୍ପାନୀରେ କାମ କରୁଥିଲେ, ଆଉ ଏବେ ଗାଁରେ ଛେଳି ଚାଷ କଲେ। ହାଇବ୍ରିଡ୍ ଛେଳି ଚାଷ କରି ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା...ଗାଁର ୮ ଜଣଙ୍କୁ ଦେଇଛନ୍ତି ରୋଜଗାର
ଏଇ ମନ୍ଦିରର ଅନନ୍ୟ ପରମ୍ପରା। ମାଆଙ୍କୁ ଶାଳପତ୍ର ଖଲିରେ ଲାଗିହୁଏ ଦେଶୀ ଓ ବିଦେଶୀ ମଦ। କାହିଁ କେତେ ଆଡ଼ୁ ଭକ୍ତଙ୍କ ଛୁଟେ ସୁଅ...ମନସ୍କାମନା ପୂର୍ଣ୍ଣ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଦେଖନ୍ତୁ ମାଆଙ୍କ ପାକରେ କେମିତି ଲାଗି ହେଉଛି ମଦ?
ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...
ସକାଳୁ ସକାଳୁ ଶୁଭିଲା ଗାଁରେ ଦନ୍ତା ପଶିଲାରେ...ବାସ୍ ଏତିକି ଶୁଣିବା ଆଉ ହାତୀ ଦେଖିବା ପରେ ଜୀବନ ବଂଚାଇବାକୁ ଯିଏ ଯୁଆଡ଼େ ପାଇଲେ ସିଏ ସିଆଡ଼େ ଧାଇଁଲେ। ଟିକିଏ ଟିକିଏରେ ବଂଚିଗଲେ ସ୍କୁଲ ପିଲା...ଦୋକାନ ବଜାର ଖୋଲା ହୋଇନଥିଲା ବୋଲି, ନହେଲେ...ଦେଖନ୍ତୁ କେମିତି ଥିଲା ପୂରା ଦୃଶ୍ୟ..
ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି...ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ...