ବ୍ରେକ୍ ଫାଷ୍ଟ ତ ହୋଇଗଲା ଏବେ ଲଂଚ୍ କରିବି। ହଁ..୫ ଟଙ୍କା ଫିଙ୍ଗିଦେଲେ ଆହାର କେନ୍ଦ୍ରରେ ପେଟେ ଖାଇବି...ଆରେ ଆରେ ତୁ ପେଟେ ବରା, ଆଳୁଚପ୍ ଖାଇଲୁ ଟଙ୍କା କିଏ ଦେବ କିରେ? ସରପଂଚ କହିଥିଲା ଇଲେକ୍ସନ ପର୍ଯ୍ୟନ୍ତ ଖାଇବୁ, ହେଲେ ତୁ ତ ସିଲେକ୍ସନ ସରିବା ପରେ ବି ଖାଇଚାଲିଛୁ
୪୫ ବର୍ଷ ହେଲାଣି ବରା ଛାଣୁଛନ୍ତି ରବି ଭାଇ। ତିନି ପିଢ଼ି ହେବ ରାଜଧାନୀରେ ତାଙ୍କ ବରା ଗୋଟେ ବ୍ରାଣ୍ଡ ପାଲଟିଗଲାଣି। ୟାଙ୍କୁ ସମସ୍ତେ ରବି ଭାଇ ଡାକନ୍ତି, ବାପର ଭାଇ, ପୁଅର ଭାଇ, ନାତିର ବି ଭାଇ। ପିଆଜ କିଲ ୧୦ ହେଲେ ଯାହା ୧୦୦ ହେଲେ ବି ତାହା, କ୍ୱାଲିଟିରେ ନୋ କମ୍ପରମାଇଜ୍…
ବାହାଘର ଚାଲୁଥିଲା, ବର-କନ୍ୟା ଷ୍ଟେଜ୍ ଉପରେ ଥିଲେ। ବାସ୍ ଏତିକି ବେଳେ ବୋବାଲିଆ ଗୀତଟି ବାଜିଲା...ନିଜକୁ ସମ୍ଭାଳି ପାରିଲେନି, ଜୋରଦାରିଆ ଡ୍ୟାନ୍ସ କରି ମଂଚ ଦୋହଲାଇ ଦେଲେ ନୂଆ ବୋହୂ...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଜଣେ ମହିଳା ହେଲେ ବି ପେସା ତାଙ୍କର ଘର ଘର ବୁଲି ଚାଉଳ ବିକ୍ରି କରିବା । ଆଉ ନିଶା ହେଉଛି ସମାଜସେବା କରିବା । ଏଇ ନିଶା ହିଁ ତାଙ୍କୁ ପହଞ୍ଚାଇଦେଇଛି ଏନଏସି ଉପାଧ୍ୟକ୍ଷା ପଦରେ । ହେଲେ ପେସାକୁ ସେ କେବେ ବି ଛାଡି ପାରିବେନି ବୋଲି କହିଛନ୍ତି
ଗରମ ବଢିଲାଣି। ଘରେ ଆଉ ରହି ହେଉନି। ଘର ହେଉ କି ବାହାର ସବୁ ନିଆଁ। ଏମିତି ବେଳେ ବେଣାଚେର କିଣିବାକୁ ମାର୍କେଟରେ ଭାରି ଗହଳି। ଦେଖନ୍ତୁ କେମିତି ଓ କେଉଁଠି ତିଆରି ହେଉଛି ବେଣାଚେର ସାମଗ୍ରୀ...
ଦିନେ କନଷ୍ଟ୍ରକସନ୍ କମ୍ପାନୀରେ କାମ କରୁଥିଲେ, ଆଉ ଏବେ ଗାଁରେ ଛେଳି ଚାଷ କଲେ। ହାଇବ୍ରିଡ୍ ଛେଳି ଚାଷ କରି ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା...ଗାଁର ୮ ଜଣଙ୍କୁ ଦେଇଛନ୍ତି ରୋଜଗାର
ଏଇ ମନ୍ଦିରର ଅନନ୍ୟ ପରମ୍ପରା। ମାଆଙ୍କୁ ଶାଳପତ୍ର ଖଲିରେ ଲାଗିହୁଏ ଦେଶୀ ଓ ବିଦେଶୀ ମଦ। କାହିଁ କେତେ ଆଡ଼ୁ ଭକ୍ତଙ୍କ ଛୁଟେ ସୁଅ...ମନସ୍କାମନା ପୂର୍ଣ୍ଣ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଦେଖନ୍ତୁ ମାଆଙ୍କ ପାକରେ କେମିତି ଲାଗି ହେଉଛି ମଦ?
ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...
ସକାଳୁ ସକାଳୁ ଶୁଭିଲା ଗାଁରେ ଦନ୍ତା ପଶିଲାରେ...ବାସ୍ ଏତିକି ଶୁଣିବା ଆଉ ହାତୀ ଦେଖିବା ପରେ ଜୀବନ ବଂଚାଇବାକୁ ଯିଏ ଯୁଆଡ଼େ ପାଇଲେ ସିଏ ସିଆଡ଼େ ଧାଇଁଲେ। ଟିକିଏ ଟିକିଏରେ ବଂଚିଗଲେ ସ୍କୁଲ ପିଲା...ଦୋକାନ ବଜାର ଖୋଲା ହୋଇନଥିଲା ବୋଲି, ନହେଲେ...ଦେଖନ୍ତୁ କେମିତି ଥିଲା ପୂରା ଦୃଶ୍ୟ..
ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି...ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ...
ଏମାନେ ଏମିତି ଧଇଁସଇଁ ହେଉଛନ୍ତି ଯେମିତି ଯନ୍ତା ଭିତରେ ବାଘ ପୂରେଇ ଦେଲେ। ଆଉ ନୁହେଁ କ’ଣ? ଆନ୍ଦୋଳନ ତୁମେ କରିବ, ଆମେ ତୁମକୁ ଏଇଠି ଛାଡି ଦେବୁ? ଚାଲ ଚାଲ ସବୁ ଭିତରକୁ ଚାଲ...ଦେଖୁନାହାନ୍ତି କେମିତି ଏମାନଙ୍କୁ ଟେକି ନେଉଛନ୍ତି ସାର ଆଉ ମାଡାମ୍
ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍ରେ ଆମିଷ ଖିଆକୁ ବିରୋଧ? କାରଣ ଯାହାବି ହୋଇଥାଉନା କାହିଁକି, ଧର୍ମୀୟ ଭାବନା ବନାମ୍ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ, ପୁଣି ଅଶାନ୍ତ ହୋଇଛି ଜେଏନୟୁ କ୍ୟାମ୍ପସ୍
ନିରଞ୍ଜନଙ୍କ ପରେ କାହା ଉପରେ ଭରସା କରିବେ ହାଇକମାଣ୍ଡ ? ଏହାକୁ ନେଇ ଏବେ ସରଗରମ କଂଗ୍ରେସ୍ ରାଜନୀତି । ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଛି ।
ତାରରେ ଲଟକିଛି ୧୨-୧୨ଟି କ୍ୟାବିନ୍ । ଆଉ ତାଭିତରେ ୪୮ ଜଣ ପର୍ଯ୍ୟଟକ । ରବିବାର ଅପରାହ୍ନରୁ ଫଶି ରହିଛନ୍ତି ଯାତ୍ରୀ । କ୍ୟାବିନ୍ ଭିତରେ ୨୪ ଘଂଟା ବିତିଗଲାଣି । ପ୍ରତି ମୁହୂର୍ତ୍ତରେ ଭୟ ଆଉ ଆଶଙ୍କା ବଢିଚାଲିଛି । ଏହାରି ଭିତରେ ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ସବୁ ବଳ ଲଗାଇ ଦେଇଛି ବାୟୁସେନା । ଦୁଇ ଦୁଇଟି ଏମ୍ଆଇ-୧୭ ହେଲିକପ୍ଟରରେ ଜାରି ରହିିଛି ଉଦ୍ଧାର କାର୍ଯ୍ୟ ।
ଟିଏ ପଟେ ପିଇବା ପାଣି ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ପ୍ରକଳ୍ପ । ତ ଅନ୍ୟପଟେ ନଳକୂଅ ପାଖେ ବାଲଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା । ଧର୍ମଶାଳା ବ୍ଲକ କମାଗଡ଼ ପଞ୍ଚାୟତର ଖରାଦିନ ଆରମ୍ଭରୁ ଏମିତି ଜଳକଷ୍ଟରେ ସନ୍ତୁଳି ହେଉଛନ୍ତି ଭରତପୁର ଗାଁର ପ୍ରାୟ ୮୦ ପରିବାର । କେହି କେହି ପାଖ ଯୋରକୁ ମାଇଲିଏ ବାଟ ଚାଲି ଚାଲି ଏମିତି ଗରା-ବାଲ୍ଟି ମୁଣ୍ଡେଇ ବି ପାଣି ବୋହୁଛନ୍ତି ।
ନାପୋଡ଼ କଥା ଆସିଲେ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ସୁସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରେ ଏହାର ସୃଷ୍ଟି । ନୟାଗଡ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରୁଛନ୍ତି ବିଭିନ୍ନ ଅନୁଷ୍ଠାନ । ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ଉଦ୍ୟମକୁ ସ୍ୱାଗତ କରିଛନ୍ତି ନୟାଗଡ଼ର ଜନସାଧାରଣ ।
ଉଦଘାଟିତ ହେଲା ପୁରୀର ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଓ ହସପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଉଦଘାଟନ କରିଛନ୍ତି। ଉଦଘାଟନ ସମାରୋହରେ ଭର୍ଚୁଆଲରେ ଉପସ୍ଥିତ ରହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ।
ଋଷିଆ ୟୁକ୍ରେନ୍ ଯୁଦ୍ଧ ଭିତରେ ବିଶ୍ୱ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳା ପ୍ରଦର୍ଶନ। ପୁରୀ ବେଳାଭୂମିରେ ଏନେଇ ଋଷିଆ ଏବଂ ୟୁକ୍ରେନର ଭଗବତ୍ ପ୍ରେମୀ ଏକାଠି ହୋଇଥିଲେ। ଇଣ୍ଡୋ-ଋଷିଆ ଫ୍ରେଣ୍ଡସିପ୍ ସେଣ୍ଟର ଡାକ୍ତର ଦେବପ୍ରସାଦ ଦାଶ ଏଥିରେ ଯୋଗ ଦେଇ ମୃତକଙ୍କ ପାଇଁ ସମୂହ ଦୀପଦାନ କରିଥିଲେ।
କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଦେଖନ୍ତୁ କେମିତି ବିରାଟକାୟ ଅହିରାଜ ମଥାରେ ଚୁମ୍ୱନ ଦେଉଛନ୍ତି ଏ ଯୁବତୀ ଜଣକ। ଆଉ ସାପଟି କିଛି ନ କରି ଚୁପ୍ ହୋଇ ରହିଛି।
ଋଷିଆ ବିରୋଧରେ ଆହୁରି କଠୋର ହୋଇଛି ଆମେରିକା। ଏଥର ଆମେରିକା ଟାର୍ଗେଟରେ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅ। ସାର୍ବଜନୀନ ସ୍ଥାନରେ କମ୍ ନଜର ଆସୁଥିବା ପୁଟିନଙ୍କ ଦୁଇ ଝିଅଙ୍କୁ ଆମେରିକା କଟକଣାର ସାମ୍ନା କରିବାକୁ ପଡ଼ିଛି...
ରାଜଧାନୀ କିଭ୍ ସହର ରାସ୍ତାରେ ବୁଲୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି। ସାଙ୍ଗରେ ଅଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଉନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ।
କିଲୋମିଟର କିଲୋମିଟର ଜଙ୍ଗଲ କାଟି ସଫା କରିଦେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ଧ୍ୱଂସକାରୀରୁ ସେ ପାଲଟି ଗଲେ ରକ୍ଷାକାରୀ। ଏବେ ଦିନରାତି ସେ ଜଙ୍ଗଲ ଜଗୁଛନ୍ତି। ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।
ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ ଘଟିଛି। ରୋପ୍ୱେ ଟ୍ରଲି ଖସି ୨ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ରାଜଧାନୀ ଭୁବନେଶ୍ୱରର ହାଇ ସିକ୍ୟୁରିଟି ଏରିଆରେ ମର୍ଡର। କଡା ସୁରକ୍ଷା ଘେରରେ ଥିବା ଭୁବନେଶ୍ୱର ପିଏମଜି ଛକ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଆକ୍ରମଣ ହୋଇଛି।