ମାଆଟିଏ ସବୁବେଳେ ତା ଛୁଆଙ୍କ ପାଇଁ ବିକଳ। ଯେମିତି ଏଇ ଗୁଣ୍ଡୁଚି ମାଆଟି। ଗୁଆ ଗଛରେ ଥିବା ତା ବସାଟି କେମିତି କେଜାଣି ଭାଙ୍ଗି ତଳେ ପଡ଼ିଗଲା। ଯେଉଁଥିରେ ଥିଲେ ଦୁଇଟି କୁନି କୁନି ଗୁଣ୍ଡୁଚି ଛୁଆ। ତା ପରେ କଣ ସବୁ ଘଟିଲା, ଦେଖନ୍ତୁ ଏଇ ଭିଡିଓ।
ସ୍ମାଇଲ ଯେମିତି ଚାଲି ସେମିତି...ନଖରା ବି ସେମିତି...ଡ୍ୟାନ୍ସରେ ମତୁଆଲା ଦର୍ଶକ। ନଟି ନଟି ଚାହାଣୀ ଦେଖି ଦିଲ ମୋ ହେଲା ପାନି ପାନି। ସୁନ୍ଦୂରର ଅଧିକାର ଖଳନାୟିକା ଉର୍ବିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା
ମୂଳରୁ ଲୋନ୍ ଆଣିନାହାନ୍ତି, ହେଲେ ଫୋନ୍ କଲ ଆସୁଛି। ଧମକ ବି ମିଳୁଛି...ସିଧା କହୁଛନ୍ତି ତୁମେ ଟଙ୍କା ଦେବ ନା ତୁମ ସାଙ୍ଗ ଆଉ ବନ୍ଧୁବାନ୍ଧବଙ୍କୁ ଫୋନ୍ କରି ତୁମେ ଟଙ୍କା ନେଇ ଫାଙ୍କୁଚ ବୋଲି ସମସ୍ତଙ୍କୁ କହିଦେବୁ...ଦେଖନ୍ତୁ ଏହା ପରେ ହେଲା କଣ?
ପରିବାର ଉପରେ ବୋଝ ପାଲଟିଲା ଭେଣ୍ଡିଆ ପୁଅ। ୧୬ ବର୍ଷ ହେଲାଣି ପାଦରେ ପଡ଼ିଛି ଶିଙ୍କୁଳି। ବାହାରକୁ ଛାଡିପାରୁଛନ୍ତି ନା ଘରେ ରଖିପାରୁଛନ୍ତି...ଚିନ୍ତାରେ ପୂରା ପରିବାର।
ପନ୍ଦର ଜଣ ମହିଳା ଏକାଠି ହୋଇ ପାଇଗଲେ ପଇସା କମେଇବାର ବାଟ । ଫ୍ରି ସମୟରେ କରୁଛନ୍ତି କାମ । ନିଜକୁ କରିଛନ୍ତି ସ୍ୱାବଲମ୍ୱୀ । ବଢାଇଛନ୍ତି କେନ୍ଦ୍ରାପଡାର ମାନ
ଲେମ୍ବୁ ଗୋଟା ଦଶ, ୩ ଟାକୁ କୋଡ଼ିଏ। ଲେମ୍ବୁ ଦର ଶୁଣି ଖାଉଟିଙ୍କ କାନ ଝାଏଁ ଝାଏଁ। ଖରାଦିନିଆ ପାନୀୟ ଓ ପଖାଳ କଂସା ପାଇଁ ନିହାତି ଦରକାର ଲେମ୍ବୁ। ହେଲେ ରାସ୍ତାକଡ଼ ପରିବା ଦୋକାନୀ ହେଉ କି ଭୁବନେଶ୍ୱରର ଏକ ନମ୍ବର ହାଟ ଭଳି ବଡ଼ ସବଜୀ ମଣ୍ଡି।
ଭିଜିଲାନ୍ସ ଜାଲରେ ବଡ଼ ମାଛ । ତାପୁଣି କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ପଡ଼ିଛନ୍ତି ହାବୁଡ଼ରେ । ବିଡ଼ା ବିଡ଼ା ଟଙ୍କା, ମାଳ ମାଳ କୋଠାବାଡ଼ି । ଗଞ୍ଜାମ ଭଂଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ଦେଖି ସମସ୍ତଙ୍କ ଆଖି ଖୋସି ହୋଇଯାଉଛି । ଗତକାଲି ରାତି ତମାମ ୨ଟି ମେସିନ୍ ଲଗାଇ ୧୨ ଜଣ ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ।
କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏହି ପଦଲାଗି ଜୋରଦାର୍ ଲବି ଚାଲିଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ କେଉଁଠୁ ଆସିବ ଡେପୁଟି ମେୟରଙ୍କ ନାଁ, କେଉଁ ବିଧାୟକଙ୍କର ରହିଛି କେତେ ଦବ୍ଦବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିର କରିଡର ପ୍ରକଳ୍ପରେ କଣ କଣ ସବୁ ନିର୍ମାଣ ହେଉଛି, ଏହି ପ୍ରଶ୍ନ ଉଠିବା ପରେ ବାଲି ପକାଇ ବଡ଼ ବଡ଼ ଗାତକୁ ପୋତା ଯାଉଛି।ଯଦି କେବଳ ପାଇଖାନା ନିର୍ମାଣ କରାଯାଉଥିଲା, ତେବେ ଏତେ ବଡ଼ ବଡ଼ ଗାତ କଣ ପାଇଁ ଖୋଳା ଯାଇଥିଲା ବୋଲି ପ୍ରଶ୍ନ ଉଠିଥିଲା।
ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ଥିଲା। ଏବେ ସ୍କୁଲ ଖୋଲିଥିଲେ ମଧ୍ୟ ସ୍କୁଲ ମାଟି ମାଡିବାକୁ ଚାହୁଁନାହାଁନ୍ତି ପିଲା। ଏଥି ପାଇଁ ଗାଁ ଗାଁ ବୁଲୁଛି ଶିକ୍ଷା ରଥ। ଘର ଓ ସ୍କୁଲ ଆଗରେ ନାଚଗୀତ କରି ପିଲାଙ୍କୁ ସ୍କୁଲ ଯିବାକୁ ମନାଉଛନ୍ତି...
OLA ରେ ଆଉ ମିଳିବନି ଏସି ସୁବିଧା। ଖରା ଗରମରେ ସିଝିସିଝି ଯାତ୍ରା କରିବେ ଆପଣ...ଜାଣନ୍ତୁ କାରଣ କ’ଣ?
ଘୋଡ଼ା ଭାଇଭଉଣୀଙ୍କର ଅନାବିଳ ପ୍ରେମ। ଉଭଣୀର ଦେହ ଖରାପ ହେବା ପରେ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଉଥିଲା ଉଭଣୀ। ଆଉ ଆମ୍ବୁଲାନ୍ସ ପଛେ ପଛେ ପ୍ରାୟ ୫ କିମି ଦଉଡ଼ି ଦଉଡ଼ି ମେଡ଼ିକାଲରେ ପହଞ୍ଚିଲା ଭାଈ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ। ଦେଖନ୍ତୁ ଭାଇ-ଭଉଣୀଙ୍କ ମଧ୍ୟରେ କେମିତି ରହିଛି ଅନାବିଳ ପ୍ରେମ
ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ...ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ...ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ...
ଓଃ କି ଷ୍ଟାଇଲ୍ ମ !! ଆଗରୁ କବାଟ ଦେଇ ଭିତରେ ଜବରଦସ୍ତ ଚାଲିଛି ତାସ୍ ମାଡ଼। ଇଏ ତ ଲାଲପାନ ବିବି...କିଏ ହେବରେ ଚିଡିଆଖାନା। କି କଥା, ଆମେ ସରକାରୀ ଚାକିରିଆ...ଆମ ଇଚ୍ଛା ହେଲେ କାମ କରିବୁ ନହେଲେ ଖେଳିବୁ...
ଦିନକୁ ଦିନ ଜଟିଳ ହେଉଛି ଋଷିଆ ୟୁକ୍ରେନ ଯୁଦ୍ଧ ସ୍ଥିତି । ଥମିବା ବଦଳରେ ଏହା ଆହୁରି ଭୟଙ୍କର ହେବାରେ ଲାଗିଛି । ଆଗକୁ ସ୍ଥିତି କଣ ହେବ, ତାହା ଆକଳନ କରିବା ବି ମୁସ୍କିଲ । ଏଭଳି ଅବସ୍ଥାରେ ନିଜର ଶିକ୍ଷା ଏବଂ କ୍ୟାରିୟରକୁ ନେଇ ଚିନ୍ତାରେ ଅଛନ୍ତି ୟୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀ ।
ସବୁ ଖୋଲାଥିଲା, କେହି ଅଟକେଇଲେନି । ରୋଷଶାଳାରେ ଜଗା ଚୁଲି ଭଙ୍ଗା ଅଭିଯୁକ୍ତ ଜଗନ୍ର ଏଭଳି ବୟାନ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଥିବା ଛିଦ୍ରକୁ ବଡ଼ ଘଳିଆରେ ବଦଳାଇ ଦେଇଛି । ଏହାପରେ ଚୋର ଗଲା ପରେ ବୁଦ୍ଧି ଦିଶିଲା । ଏବେ ସବୁ କଡ଼ାକଡ଼ି, ଗେଟ୍ ପାଖରେ କଡ଼ା ଯାଞ୍ଚ, ଭକ୍ତଙ୍କ ଉପରେ କଡ଼ା ନଜର ।
ଶେଷ ହେଲା କଟକ ଡେପୁଟି ମେୟର ଏବଂ ରାଜ୍ୟର ୧୦୫ ପୌର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଅଧାରୁ ଅଧିକ ସ୍ଥାନରେ ପୌର ଉପାଧ୍ୟକ୍ଷ ପଦବୀ ବିଜେଡି ଖାତାକୁ ଯାଇଛି ସତ, କିନ୍ତୁ କେଉଁଠି ସଂଖ୍ୟା ଖେଳରେ ସଂକଟରେ ପଡ଼ି ବିଜେଡି ମାଟି କାମୁଡ଼ିଛି ତ ଆଉ କେଉଁଠି କାଳ ହୋଇଛି ଦଳୀୟ କାଉନସିଲରଙ୍କ କ୍ରସ୍ ଭୋଟିଂ ।
ମଣ୍ଡି ବନ୍ଦ, ଟୋକନ ଲାପ୍ସ ଧାନ ବିକି ନପାରି ନାହିଁନଥିବା ହୀନସ୍ତା ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ । ଏବେ ବି ରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି । ତଥ୍ୟ କହୁଛି ଏବର୍ଷ ଏଭଳି ଚାଷୀଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । ସ୍ଥିତି ଏଭଳି ଯେ ଟଙ୍କା ଅଭାବରୁ କିଏ ଚିକିତ୍ସା କରିପାରୁନି ତ କିଏ ଝିଅ ବାହାଘର କରିପାରୁନି ।
ଦିଲ୍ଲୀରେ ବିଜେପିର ମାନସ ମନ୍ଥନ । ପଞ୍ଚାୟତ ଓ ପୌରରେ ଡବଲ୍ ଝଟ୍କା ପରେ ବିଜେପିକୁ ଘାରିଛି ସଂଗଠନ ଚିନ୍ତା । ଉଭୟ ନିର୍ବାଚନରେ ଦଳ ପାଖାପାଖି ୩୦ ପ୍ରତିଶତ ଭୋଟ୍ ପାଇଥିଲେ ବି ତାହା ସିଟ୍ରେ କନଭର୍ଟ ହୋଇପାରି ନଥିଲା । ତେଣୁ ୨୪ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ଓ ଭୋଟ୍ବ୍ୟାଙ୍କ ବଢ଼ାଇବାକୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍ ।
ଶ୍ରୀଲଙ୍କା ସ୍ଥିତି ସଙ୍ଗୀନ। ସେଓ କିଲୋପ ଦାମ୍ ଦେଢ ହଜାର, ନାସପାତି କିଲୋ ୧୫ ଶହ ଟଙ୍କା। ଗହମ ଆଉ ଚିନିର ଦର ୨୪୦ ଉପରେ...ଗ୍ରାହକଙ୍କୁ ଅପେକ୍ଷା କରି କରି ଦିନ କାଟୁଛନ୍ତି ଦୋକାନୀ
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଅଳ୍ପ ପରିଶ୍ରମରେ ୧ ମହଲା କୋଠାକୁ ଉଠାଇ ଦେଉଛନ୍ତି ବାଲି, ଚିପ୍ସ ଆଉ ଇଟା। ଲିଫ୍ଟ କି ଲେବର କିଛି ଦରକାର ନାହିଁ...ବାସ୍ ଟିକିଏ ବୁଦ୍ଧି ଖଟାଇ ତିଆରି କରିଛନ୍ତି ଏହି ଘରୋଇ ମେସିନ୍...ଦେଖନ୍ତୁ ପୂରା ଭିଡ଼ିଓ
ଭାରତରେ ଭୟଙ୍କର ବଢୁଛି ତୈଳଦର। ଆମର ଏଇଠି ୧୧୫ ପହଞ୍ଚିଲାଣି ହେଲେ ପାକିସ୍ତାନରେ ଏବେବି ୬୩ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ। କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ଏଇଥି ପାଇଁ ଆମେ ନୁହେଁ ଅନ୍ତର୍ଜାତୀୟ ବଜାର ଦାୟୀ
ବସ୍ ଭିତରେ ପସିଲେ ଛେଳି । ସିଟ୍ ଉପରେ ଚଢି ବସ୍ ଭିତରୁ ବାହାରିଲେ ଯାତ୍ରୀ...କଣ୍ଡକ୍ଟର ଭାଇ...ତୁମ ଚାରି ଖୁରାକୁ ଜୁହାର...
ଦୀର୍ଘଦିନ ପରେ ଘରେ ଜନ୍ମ ହେଲା ଝିଅ। ଖୁସିରେ ବିଭୋର ହେଲା ପରିବାର...୧ ଲକ୍ଷ ଦେଇ ହେଲିକପ୍ଟର ବୁକ୍ ହେଲା...ବଡ଼ ଧୁମଧାମ୍ରେ ଗୃହ ପ୍ରବେଶ ହେଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ