Advertisment

ଯୁଦ୍ଧର ଘନଘଟା ମଧ୍ୟରେ କମାଣ୍ତରଙ୍କ ଆହ୍ୱାନ

ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଏହା ମଧ୍ୟରେ ଯୁଦ୍ଧ ଜିବାକୁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ କମାଣ୍ତର ।..

author-image
Santosh Kumar Sahoo

ଥମୁନି ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ । ମୃତ୍ୟୁ ଉପତ୍ୟକା ପାଲଟିଛି ଇସ୍ରାଏଲ ଓ ଗାଜା । ଉଭୟ ପକ୍ଷର ଯୁଦ୍ଧରେ ପାଖାପାଖି ୪ ହଜାର ଲୋକ ମୃତ୍ୟୁ ବରଣ କଲେଣି । କୋଟ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲାଣି । ଧ୍ୱଂସସ୍ତୁପ ପାଲଟିଲାଣି ଉଭୟ ଦେଶ । ତଥାପି ଭାଙ୍ଗୁନି ମୁହଁତୋଡ଼, ସରୁନି ଯୁଦ୍ଧ । ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ସେନାର ଶପଥ । କମାଣ୍ତରଙ୍କ ଆହ୍ୱାନ, କୌଣସି ପରିସ୍ଥିତିରେ ସୈନିକଙ୍କ ବଳିଦାନ ବ୍ୟର୍ଥ ଯିବାକୁ ଦିଆ ଯିବନି ।

Advertisment
Israel Palestine
Advertisment
Advertisment