ଯେଉଁ ବୟସରେ ବିଶ୍ରାମ ନେବା କଥା ସେହି ବୟସରେ ସଫଳ ଚାଷୀ । ନଦୀ ପଠା ବନ୍ୟା ପ୍ରପିଡିତ ଟାଙ୍ଗରା ଭୂମିରେ ପାମୋଲିନ ଚାଷ ସହ ବିଭିନ୍ନ ଅର୍ଥକାରୀ ଫସଲ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଚୂଡାମଣି ଗାଁର ଶଙ୍କର୍ଶଣ ମଲିକ। ଗଛରେ ଫଳିଛି ପେନ୍ଥା ପେନ୍ଥା ପୋମାଲୋନ୍ । ଶହ ଶହ ପାମୋଲିନ୍ ଗଛରେ ଅଙ୍ଗୁର ପେନ୍ଥା ଭଳି ପାମୋଲିନ୍ ଫଳକୁ ଦେଖିଲେ ଆନନ୍ଦରେ ମନ ପୁରି ଯାଉଛି। ଖାଲି ପାମୋଲିନ୍ ନୁହେଁ, ଏହା ସହ ଆମ୍ବ, ଧାନ, କଦଳୀ, ସହିତ ମାଛ ଚାଷ କରି ଅଞ୍ଚଳପାଇଁ ଜଣେ ସଫଳ ଚାଷୀ ଭାବରେ ପରିଚିତ ଏହି ୭୨ ବର୍ଷୀୟ ଚାଷୀ ଶଙ୍କର୍ଶଣ ମଲ୍ଲିକ।
Published By: Santosh Kumar Sahoo
Last updated: 18 October 2023, 09:37 AM IST
ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି।